Mon. Nov 25th, 2024

ନିକିତା ମୃତ୍ୟୁ ମାମଲା: ଥାନାରେ ହାଜର ହେଲେନାହିଁ ଶାଶୁ ଏବଂ ଶ୍ୱଶୁର

By amfnews Jan 22, 2019 #Featured
135 Views

କଟକ, ଜାନୁଆରୀ ୨୨ : ଲୋକପ୍ରିୟ ଟେଲିଜଗତ ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ନିକିତାଙ୍କ ଶାଶୁଘରେ ଲଟକା ଲଗାଇବା ପରେ ମଧ୍ୟ ଶାଶୁ ଶ୍ୱଶୁର ଥାନାରେ ହାଜର ହୋଇନାହାଁନ୍ତି । ତେଣୁ ପୋଲିସ ପକ୍ଷରୁ ସେମାନଙ୍କୁ ଚାଉଳିଆଗଞ୍ଜ ଥାନାରେ ହାଜର ହେବାକୁ ସପ୍ତାହର ମହଲତ ଦିଆଯାଇଛି । ନିକିତାଙ୍କ ମୃତ୍ୟୁ ଘଟଣା ହତ୍ୟା ଅଭିଯୋଗରେ ପରିଣତ ହେବା ପରେ ଘଟଣା ଧିରେ ଧିରେ ମୋଡ଼ ବଦଳାଉଛି ।

ନିକିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଧାରରେ ତାଙ୍କ ଶାଶୁଶ୍ୱଶୁରଙ୍କୁ ଜେରା ପାଇଁ ନୋଟିସ ଦିଆଯାଇଥିଲା । ବାରମ୍ବାର ନୋଟିସ ସତ୍ୱେ ସେମାନେ ହାଜର ନ ହେଉଥିବାରୁ ତାଙ୍କ ଘରେ ଲଟକା ଲଗାଯାଇଥିଲା ।  ନିକିତାଙ୍କ ଶାଶୁଶ୍ୱଶୁର ପୋଲିସ ଆଗରେ ହାଜର ହେଉନାହାଁନ୍ତି କିନ୍ତୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ବୋଲି ସୂଚନା ମିଳିଛି । ପୋଲିସ ସେମାନଙ୍କୁ ଚାଉଳିଆଗଞ୍ଜ ଥାନାରେ ହାଜର ହେବାକୁ ସପ୍ତାହର ମହଲତ ଦେଇଛି ।

ଏହା ପୂର୍ବରୁ ନିକିତାଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଚଳାଇବା ପରେ ଡିସିପି ଅଖିଳେଶ୍ୱର ସିଂହ ନିକିତା ମୃତ୍ୟୁରେ ସ୍ୱାମୀ ଲିପନଙ୍କୁ ଦାୟୀ କରିଥିଲେ । ପାରିପାର୍ଶ୍ଵିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାର ପରେ ନିକିତାଙ୍କ ମୃତ୍ୟୁ ପାଇଁ ସଂପୂର୍ଣ୍ଣ ଭାବରେ ଲିପନଙ୍କୁ ଦାୟୀ କରିଥିଲା ପୋଲିସ।

By amfnews

Related Post