Fri. Mar 6th, 2026

ନିଆଳିରେ ଦୁଇ ପରସ୍ପର ବିରୋଧୀ ଦଳର କର୍ମୀଙ୍କ ଗଣ୍ଡଗୋଳ ଯୋଗୁଁ ବିଜେପି ଏଜେଣ୍ଟ ଆହତ, ଡାକ୍ତରଖାନାରେ ଭର୍ତ୍ତି

428 Views

ନିଆଳି : କଟକ ଜିଲ୍ଲାର ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କର୍ସଦା ପତ୍ରକଣା ବୁଥରେ ଗଣ୍ଡଗୋଳ ଘଟିବା ଫଳରେ ସେଠାରେ ଥିବା ଜଣେ ବିଜେପି ଏଜେଣ୍ଟ୍ ଆହତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀଦିନ ପ୍ରାୟ ୧୧ଟା ବେଳେ କୌଣସି କାରଣରୁ କର୍ସଦା ପତ୍ରକଣା ବୁଥ ନଂ ୧୩୫ରେ ଦୁଇ ପରସ୍ପର ବିରୋଧୀ ଦଳର କର୍ମୀଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସେହି ସମୟରେ ବିରୋଧୀ ଗୋଷ୍ଠୀ ପକ୍ଷରୁ ବିଜେପି ଏଜେଣ୍ଟ ରମେଶ ଚନ୍ଦ୍ର ସାହୁଙ୍କ ଉପରକୁ ଆକ୍ରମଣ କରାଯାଇଥିଲା। ଫଳରେ ରମେଶ ଚନ୍ଦ୍ର ସାହୁ ଆହତ ହୋଇଥିଲେ । ଏହାପରେ ତାଙ୍କୁ ଅଡ଼ଶପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଗଣ୍ଡଗୋଳ ଯୋଗୁଁ ସେହି ବୁଥରେ ୧ଘଣ୍ଟା ୪୫ ମିନିଟ ଯାଏଁ ଭୋଟ୍ ଗ୍ରହଣ ବନ୍ଦ ରହିଥିଲା। ପରେ ପୁଲିସ୍ ଡିଏସପି ଘଟଣାସ୍ଥଳରେ ପହଞ୍ଚିବା ପରେ ଦିନ ପ୍ରାୟ ୧ଟା ୪୫ ମିନିଟ ସମୟରେ ପୁଣି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

By amfnews

Related Post