Sun. Jun 8th, 2025

ନିଆଁରେ ପୋଡ଼ି ହୋଇ ମାଆ ଓ ଦୁଇ ପୁଅ ଗୁରୁତର

By amfnews Nov 19, 2018 #Featured
231 Views

ଅନୁଗୋଳ,, ନଭେମ୍ବର ୧୯: ଅନୁଗୋଳ ଜିଲ୍ଲା ଶାବଳଭଙ୍ଗା ଗାଁରେ ନିଆଁରେ ପୋଡ଼ି ହୋଇ ଜଣେ ମହିଳା ଓ ତାଙ୍କର ଦୁଇ ପୁଅ ଗୁରୁତର ଆହତ ହୋଇଛନ୍ତି।ସେମାନେ ହେଲେ ବଚନ ବେହେରା, ତାଙ୍କ ଦୁଇ ପୁଅ ଅଭିମନ୍ୟୁ ବେହେରା ଓ ରାହୁଲ ବେହେରା।

ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ସେମାନଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଛି।ତେବେ କେମିତି ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇ ନାହିଁ।

ସୂଚନା ଅନୁସାରେ, ମହିଳା ଜଣକ ଡାକ୍ତରଙ୍କୁ କହିଛନ୍ତି ଯେ, ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ହୋଇଥିଲା। ଏଥିରୁ ସନ୍ଦେହ କରାଯାଉଛି ଯେ, କେହି ଉଦ୍ଦେଶ୍ୟମୂଳକ ଭାବେ ନିଆଁ ଲଗାଇ ଦେଇଥିଲେ।ଛୁଆଙ୍କ ପାଠପଢ଼ାକୁ ନେଇ ପୁଅବୋହୂଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ବୋଲି ବଚନଙ୍କ ଶାଶୂ କହିଛନ୍ତି। ତେବେ ତାଙ୍କ ସ୍ୱାମୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

room

ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଏହି ଘଟଣା ଘଟିଥିଲା।

By amfnews

Related Post