Sun. Mar 8th, 2026

ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଦୁର୍ଘଟଣା, ୪ କର୍ମଚାରୀ ଗୁରୁତର

227 Views

ଅନୁଗୁଳ : ଅନୁଗୁଳ ସ୍ଥିତ ନାଲକୋ ପ୍ଲାଣ୍ଟରେ ଅଘଟଣ | ପ୍ଲାଣ୍ଟରେ ଦୁର୍ଘଟଣା ଘଟି ୪ ଜଣ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି | ପ୍ଲାଣ୍ଟର ସ୍ମେଲଟର କାଷ୍ଟ ହାଉସ-ବି ରେ ଫ୍ଲସ ଓଭରରେ ନିଆଁ ଲାଗି କର୍ମଚାରୀମାନେ ଆହତ ହୋଇଛନ୍ତି | ଗୁରୁତର ଅବସ୍ଥାରେ ସେମାନଙ୍କୁ ନାଲକୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟରେ ସୁଧାର ନ ଆସିବାରୁ ତୁରନ୍ତ ଭୁବନେଶ୍ୱରସ୍ଥିତ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି | ଗୁରୁତର ଆହତ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ଠିକା କର୍ମଚାରୀ ହୋଇଥିବାବେଳେ ଜଣେ ନାଲକୋ କର୍ମଚାରୀ ବୋଲି ଜଣାପଡିଛି |

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୧୦ଟା ସମୟରେ କାଷ୍ଟ ହାଉସ ବି ବିଭାଗରେ ଥିବା ଉଚ୍ଚକ୍ଷମତା ବିଶିଷ୍ଟ ବିଦ୍ୟୁତ ପ୍ୟାନେଲ ବୋର୍ଡ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ହଠାତ ଫ୍ଲାସ ଓଭର ହୋଇଥିଲା। ଫଳରେ ବହୁ ମାତ୍ରାରେ ନିଆଁ ଝୁଲ ବାହାରି ଥିଲା |

ଫଳରେ ପାଖରେ ଥିବା କର୍ମଚାରୀ ବଳରାମ ପ୍ରସାଦ ଗ୍ରାମର ମିଥୁନ ନାଥ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କର ଶରୀରର ୧୦୦ପ୍ରତିଶତ ଜଳିଯାଇଥିବାବେଳେ ପାଖରେ ଥିବା ୨ ଆପେଣ୍ଡିସ ଛାତ୍ର ବିଶେଶ୍ୱର ସାମଲ ଓ ରଜନୀକାନ୍ତ ପରିଡାଙ୍କର ୫୦ପ୍ରତିଶତ ଜଳିଯାଇଛି। ଘଟଣାସ୍ଥଳରେ ଥିବା ଆଉ ଜଣେ ମହିଳା ନାଲକୋ କର୍ମଚାରୀ ରିଙ୍କିନା ସାହୁଙ୍କ ଦୁଇ ହାତ ଓ ମୁହଁ ପୋଡି ଯାଇଛି।

 

By amfnews

Related Post