Wed. Mar 11th, 2026

ନାବାଳିକା ସହ ଦୁଷ୍କର୍ମ ମାମଲାରେ ମୌଲବୀଙ୍କୁ ୨୩ ବର୍ଷ ଜେଲ୍‌ ଦଣ୍ଡାଦେଶ

145 Views

ନୂଆଦିଲ୍ଲୀ  : ଉତ୍ତର ପ୍ରଦେଶର ନୋଏଡ଼ା ସହରର ଜଣେ ୮ ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗରେ ଜଣେ ମୌଲବୀଙ୍କୁ ସ୍ଥାନୀୟ ନ୍ୟାୟାଳୟ ୨୩ ବର୍ଷର କାରାଦଣ୍ଡାଦେଶ ଦେଇଛନ୍ତି। ଏହାସହିତ ତାଙ୍କୁ ୨ ଲକ୍ଷ ୧୦ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନ୍ୟାୟାଳୟ। ଗତ ବର୍ଷ ଏକ ମଦ୍ରାସାରେ ଉକ୍ତ ନାବାଳିକା ସହ ଦୁଷ୍କର୍ମ ମାମଲାରେ ମୌଲବୀଙ୍କୁ ପୁଲିସ ଗିରଫ କରିଥିଲା।

ଏହି ମାମଲାର ଶୁଣାଣି ସମୟରେ ନ୍ୟାୟାଳୟରେ ଉପସ୍ଥିତ ଥିବା ଅଭିଯୁକ୍ତ ମୌଲବୀଙ୍କୁ ପୀଡ଼ିତା ଚିହ୍ନିପାରିଥିଲା। ପୂର୍ବରୁ ଡ଼ାକ୍ତରୀ ପରୀକ୍ଷା ସମୟରେ ମଧ୍ୟ ମୌଲବୀ ଦୁଷ୍କର୍ମ କରିଥିବାର ପ୍ରମାଣ ମିଳିସାରିଥିଲା। ମୌଲବୀଙ୍କର ବୟସ ୨୪ବର୍ଷ ଏବଂ ନାବାଳିକା ୮ ବର୍ଷର ହୋଇଥିବା ହେତୁ ନ୍ୟାୟାଳୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋକ୍‌ସୋ ଆଇନ୍‌ ଅନୁଯାୟୀ ୧୦-୧୦ ବର୍ଷର ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏହାଛଡ଼ା ନାବାଳିକା ସହ ଅସଦାଚରଣ ଅଭିଯୋଗରେ ମଧ୍ୟ ୩ ବର୍ଷର ଦେଲ୍‌ ଦଣ୍ଡାଦେଶର ଆଦେଶ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ,୨୦୧୮ରେ ବିହାରର କିଶନଗଞ୍ଜର ଅଧିବାସୀ ଉକ୍ତ ମୌଲବୀଙ୍କ ବିରୁଦ୍ଧରେ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା।

By amfnews

Related Post