419 Views
କଟକ, ଜାନୁଆରୀ 29 : ଗଞ୍ଜାମ ସୋରଳରେ ନାବାଳିକାଙ୍କ ଗଳା କାଟି ହତ୍ୟା ଉଦ୍ୟମ ଘଟଣା । କଟକ ଏସସିବି ମେଡିକାଲରେ ଏବେ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛି ନାବାଳିକା । ବର୍ତ୍ତମାନ ନାବାଳିକାର ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ଗତକାଲି ଘରେ ଏକା ଥିବାବେଳେ ସାତ ବର୍ଷର ନାବାଳିକାଙ୍କୁ ଟେକି ନେଇ ଗଳା କାଟି ଦେଇଥିଲେ ଦୁଇ ଦୁର୍ବୃତ୍ତ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବଳିକାକୁ ଗ୍ରାମବାସୀ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାରେ ଜଣେ ଯୁବକଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ ଗ୍ରାମବାସୀ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଅନ୍ୟ ଜଣେ ଅଭିଯୁକ୍ତକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।