Tue. Mar 10th, 2026

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ : ଅଭିଯୋଗ ପରେ ପୂର୍ବତନ କର୍ପୋରେଟର୍‌ ଫେରାର୍‌

188 Views

କଟକ : ସିଏମ୍‌ସି ୪୧ ନମ୍ବର ଵାର୍ଡର ପୂର୍ବତନ କର୍ପୋରେଟର ହେମନ୍ତ ବେହେରାଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ଜନ୍ମ ପ୍ରମାଣପତ୍ର ପାଇଁ ଆସିଥିବା ଜଣେ ନାବାଳିକା ପ୍ରତି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ନାବାଳିକାର ବାପା ଏ ସଂକ୍ରାନ୍ତରେ ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି। ଏହାକୁ ଆଧାରକରି ପୁଲିସ୍‌ ଏକ ମାମଲା ରୁଜୁ (୧୫୦/୧୯) କରିବା ସହ ତଦନ୍ତ ଆରମ୍ଭ କରିଛି। ହେଲେ, ଘଟଣା ପରଠୁ ଅଭିଯୁକ୍ତ ଫେରାର‌୍‌ ହୋଇଯାଇଥିବା ପୁଲିସ୍‌ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ଯୋବ୍ରା ମଝିସାହିର ଉକ୍ତ ନାବାଳିକାଙ୍କ ବାପା ତାଙ୍କର ଜଣେ ସମ୍ପର୍କୀୟଙ୍କ ଜନ୍ମ ପ୍ରମାଣପତ୍ର କରାଇଦେବା ପାଇଁ ସ˚ପୃକ୍ତ ପୂର୍ବତନ କର୍ପୋରେଟରଙ୍କୁ ଆବଶ୍ୟକ କାଗଜପତ୍ର ପ୍ରଦାନ କରିଥିଲେ। ଗତ ୧୪ ତାରିଖ ସ˚ଧୢା ପ୍ରାୟ ୬ଟା ବେଳକୁ ନାବାଳିକାଙ୍କୁ ତାଙ୍କ ବାପା ପ୍ରମାଣପତ୍ର ଆଣିବା ପାଇଁ କର୍ପୋରେଟରଙ୍କ ଘରକୁ ପଠାଇଥିଲେ। ସେଠାରେ କର୍ପୋରେଟରଙ୍କ ପତ୍ନୀ ତାଙ୍କୁ ଉପରେ ଥିବା କାର୍ଯ୍ୟାଳୟକୁ ଯିବା ପାଇଁ କହିଥିଲେ। କାର୍ଯ୍ୟାଳୟରେ ବସିଥିବାବେଳେ କର୍ପୋରେଟର ଭିତର ପଟୁ କବାଟ ବନ୍ଦ କରିଦେଇଥିଲେ। ଜନ୍ମ ପ୍ରମାଣପତ୍ର ହସ୍ତାନ୍ତର କରିବା ପରେ ନାବାଳିକାଙ୍କୁ ଜୋର‌୍‌ରେ ଜାବୁଡ଼ି ଧରିବା ସହ ଅସଦାଚରଣ କରିଥିଲେ। ଯୌନ ନିର୍ଯାତନା ଦେବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରାଯାଇଛି। ନାବାଳିକା ଜଣକ ଜୋର‌୍‌ରେ ପାଟିକରିବାରୁ ତାକୁ ଘର ବାହାରକୁ ବାହାର କରିଦେଇଥିଲେ। ପରେ ନାବାଳିକା ଘଟଣା ବିଷୟରେ ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ମାଲଗୋଦାମ ଥାନାରେ ଅଭିଯୋଗ କରାଯାଇଥିଲା। ଯଦି ଅଭିଯୁକ୍ତ ଗିରଫ ନହୁଏ ତାହେଲେ ନାବାଳିକା ଆତ୍ମହତ୍ୟା କରିଦେବେ ବୋଲି କହୁଥିବା ତାଙ୍କ ବାପା ଏତଲାରେ ଦର୍ଶାଇଛନ୍ତି।

ଅଭିଯୋଗକୁ ଆଧାରକରି ପୁଲିସ୍‌ ଆଇପିସି ୩୪୧, ୩୫୪, ୩୫୪ଏ, ଏବ˚ ପୋକ୍ସୋ ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରିଛି। ପରେ ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଯିବା ସହ ଅଦାଲତରେ ବୟାନ ରେକର୍ଡ କରାଯାଇଛି। ଘଟଣା ପରଠୁ ଅଭିଯୁକ୍ତ ଫେରାର‌୍‌ ହୋଇଯାଇଥିବାରୁ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଥିବା ଆଇଆଇସି ରବିନାରାୟଣ ଭଞ୍ଜ ସୂଚନା ଦେଇଛନ୍ତି।

By amfnews

Related Post