Fri. Mar 6th, 2026

ନାନା ପାଟେକର୍‌ ନ ଚାହିଁଲେ ବି ରହିବେ ‘ହାଉସ୍‌ଫୁଲ୍‌-୪’ରେ

365 Views

ପ୍ରଯୋଜନା ସଂସ୍ଥା ସୂତ୍ରରୁ ଜଣାଯାଇଛି ଯେ,ନାନା ପାଟେକର୍‌ ମଲଟି ଷ୍ଟାରର ‘ହଉସ୍‌ଫୁଲ୍‌-୪’ରେ ତାଙ୍କର ଥିବା ଅଧିକାଂଶ ସିନ୍‌ର ସୁଟିଂ ଶେଷ କରିଥିଲେ ଯୋଧପୁର ସିଡ୍ୟୁଲରେ।ଏହି ସୁଟିଂ ବେଳେ ଅନ୍ୟ ପ୍ରମୁଖ କଳାକାର ଯଥା ଅକ୍ଷୟ କୁମାର,ବବି ଦେଓଲ,ଋତେଶ୍‌ ଦେଶ୍‌ମୁଖ୍‌ ,ବୋମନ ଇରାନୀ ଓ ଚଙ୍କି ପାଣ୍ଡେ ପ୍ରମୁଖଙ୍କ ସହ ବି ସିନ୍‌ ଥିଲା।
କିନ୍ତୁ ଏହି କଳାକାରମାନଙ୍କ ସହିତ ଯେଉଁ ସବୁ ଦୃଶ୍ୟରେ ନାନା ଥିଲେ,ତାକୁ ବାଦ୍‌ ଦିଆଯାଇପାରିବ ନାହିଁ।ଏଣୁ ନାନା ପାଟେକରଙ୍କୁ ‘ହାଉସଫୁଲ୍‌-୪’ରେ ଦେଖିବାକୁ ମିଳିବ ବୋଲି ଜଣାଯାଇଛି। ମଝିରେ ଶୁଣିବାକୁ ମିଳୁଥିଲା ଯେ ନାନାଙ୍କ ସ୍ଥାନରେ ଅନୀଲ କପୁର ବା ସଂଜୟ ଦତ୍ତଙ୍କୁ ନିଆଯିବ।ହେଲେ ତାହା ଆଉ ଘଟିବ ନାହିଁ ବୋଲି କୁହାଯାଉଛି।


ଇତିମଧ୍ୟରେ ଫିଲ୍ମର ନିର୍ଦ୍ଦେଶନା ଭାର ଫରଦାଦ୍‌ ସାମଜୀଙ୍କୁ ଦିଆଯାଇଛି। ଏହି ଫିଲ୍ମ ୨୦୧୯ ଦିଓ୍ଵାଲିରେ ରିଲିଜ୍‌ ହେବ।

By amfnews

Related Post