212 Views
ମୁମ୍ବାଇ, ସେପ୍ଟେମ୍ବର ୩୦ : ଫିଲ୍ମ ଅଭିନେତ୍ରୀ ତନୁଶ୍ରୀ ଦତଙ୍କୁ ବଲିଉଡର କଳାକାର ପ୍ରିୟଙ୍କା ଚୋପଡା, ଫରହାନ ଅଖତର, ସ୍ୱରା ଭାସ୍କର ଏବଂ ଟ୍ୱିଙ୍କଲ ଖନ୍ନାଙ୍କ ଠାରୁ ସମର୍ଥନ ମିଳିବା ପରେ ଏବେ କେତେକ ଘଟଣା ସାମ୍ନାକୁ ଆସିଛି । ଏବେ ସେ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ତନୁଶ୍ରୀ ଅଭିଯୋଗ କରିଛନ୍ତି ଯେ, ବିବେକ ତାଙ୍କୁ ପ୍ରତାଡିତ କରିଛନ୍ତି ଏବଂ ତାଙ୍କ ସହ ଉଚ୍ଚ ସ୍ୱରରେ ବାର୍ତାଳାପ କରନ୍ତି ।
ସେ କହିଛନ୍ତି କି, ସେ ଫିଲ୍ମ ଚକୋଲେଟ୍ ଡିପ ଡାର୍କରେ କାମ କରୁଥିବା ସମୟରେ ଫିଲ୍ମ ସେଟରେ ଅଭିନେତା ଇରଫାନଙ୍କ ସହ ତାଙ୍କର ଏକ ସିନ୍ ଥିଲା । ଏହି ସିନରେ ଇରପାନଙ୍କର କ୍ଲୋଜ ଅପ ଥିଲା ଏବଂ ସେଥିରେ ଇରଫାନଙ୍କୁ କିଛି ଦେଖି ନିଜ ଚେହେରାରେ ଭିନ୍ନ ଭିନ୍ନ ଅନ୍ଦାଜରେ ଠାଣି ଦେବାର ଥିଲା । ଯେଉଁଥିରେ କି ତନୁଶ୍ରୀଙ୍କର କୌଣସି ଆବଶ୍ୟକତା ନଥିଲା ।କିନ୍ତୁ ବିବେକ ଅଗ୍ନିହୋତ୍ରୀ ତାଙ୍କୁ କପଡା କାଢି ଡ୍ୟାନ୍ସ କରିବା ପାଇଁ କହିଥିଲେ । କାରଣ ଇରଫାନ ତାଙ୍କୁ ଦେଖି ନିଜ ଏକ୍ସପ୍ରେସନ ବଦଳାଇ ପାରିବେ । ଏଥିରେ ସୁନୀଲ ସେଠୀ ଏବଂ ଇରଫାନ ମଧ୍ୟ ବିବେକଙ୍କ ସହ ସହମତ ହୋଇଥିଲେ ।
ଉଲ୍ଲେଖେଯାଗ୍ୟ ଯେ, ପୂର୍ବରୁ ତନୁଶ୍ରୀ ଦତ ନାନା ପାଟେକରଙ୍କ ଉପରେ ପ୍ରତାଡିତ କରିବା ଅଭିଯୋଗ ଆଣି ସାରିଛନ୍ତି । ଏହାର ଉତରରେ ନାନା ପାଟେକର ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମଧ୍ୟ କହି ସାରିଛନ୍ତି ।