Mon. Mar 10th, 2025

ନାନା ପାଟେକରଙ୍କ ଉପରେ ତନୁଶ୍ରୀ ଦତ୍ତଙ୍କ ଯୌନ ନିର୍ଯାତନା ଅଭିଯୋଗର କି ସଫେଇ ଦେଲେ କୋରିଓଗ୍ରାଫର୍‌ ଗଣେଶ ଆଚାର୍ଯ୍ୟ

By amfnews Sep 27, 2018 #Featured
255 Views

ମୁମ୍ବାଇ : ବଲିଉଡର ଜଣାଶୁଣା ଅଭିନେତ୍ରୀ ତନୁଶ୍ରୀ ଦତ୍ତ ନାନା ପାଟେକର୍ଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିବାପରେ ଏବେ ସେ ସଂପର୍କରେ କୋରିଓଗ୍ରାଫର୍‌ ଗଣେଶ ଆଚାର୍ଯ୍ୟ ସଫେଇ ଦେଇଛନ୍ତି। ସେ କହିଛନ୍ତି ସୁଟିଂ ସେଟରେ କିଛି ଅଘଟଣ ଘଟିଥିଲା ହେଲେ ତନୁଶ୍ରୀ ଯାହା କହୁଛନ୍ତି ତାହା ସତ ନୁହେଁ।ଆଇଟମ୍ ଗୀତଟି ସୋଲୋ ନ ଥିଲା ଏହା ଏକ ଡୁଏଟ୍‌ ଥିଲା।କାରଣ ସେ ସେଟରେ ଉପସ୍ଥିତ ଥିଲେ। ସେ ଏହି ଗୀତର କୋରିଓଗ୍ରାଫି କରୁଥିଲେ। ନାନା ଜଣେ ଭଲ ମଣିଷ । ଏଠାରେ ସୂଚନାଯୋଗ୍ୟ ଯେ ୨୦୦୮ରେ ନାନା ପାଟେକର ଓ ତନୁଶ୍ରୀ ଦତ୍ତା ସେତେବେଳେ ‘ହର୍ଣ୍ଣ ଓକେ ପ୍ଲିଜ୍’ ଫିଲ୍ମରେ ଅଭିନୟ କରୁଥିଲେ। ସେହି ସିନେମାର ଆଇଟମ୍ ନମ୍ବରର ପିକଚରାଇଜେସନ୍ ଚାଲିଥାଏ। ତନୁଶ୍ରୀ ଅନୁଭବ କଲେ ଯେମିତି ନାନା ତାଙ୍କର ଅଙ୍ଗକୁ ସ୍ପର୍ଶ କରିବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ଅନୁଯାୟୀ ଏଥିରେ ଆଇଟମ୍ ଗୀତଟି ସୋଲୋ ବୋଲି କଣ୍ଟ୍ରାକ୍ଟରେ ଲେଖା ଥିଲା ହେଲେ ତା‘ର ଉଲ୍ଲଂଘନ କରାଯାଇଥିଲା।
ତନୁଶ୍ରୀ କହିଥିଲେ ଯେ, ହଠାତ୍ ନାନା ପାଟେକର ତାଙ୍କୁ ନିଜ ବାହୁବନ୍ଧନରେ ଛନ୍ଦି ରଖି ଡ୍ୟାନ୍ସ ଷ୍ଟେପ୍ ଶିଖାଇଥିଲେ। ନାନା ତାଙ୍କ ସହିତ ବେଶି ଅନ୍ତରଙ୍ଗ ହେବାର ଦେଖି ତନୁଶ୍ରୀ କୌଣସି ମତେ ନାନା ପାଟେକରଙ୍କ ବାହୁବନ୍ଧନରୁ ନିଜକୁ ମୁକ୍ତ କରି ଭ୍ୟାନିଟି ଭ୍ୟାନ୍ରେ ପଶିଗଲେ।
ସେତେବେଳେ ତନୁଶ୍ରୀଙ୍କ ମାଆ ମଧ୍ୟ ସୁଟିଂ ସେଟରେ ଉପସ୍ଥିତ ଥିଲେ। ଏହି ଅଘଟଣ ପରେ ତନୁଶ୍ରୀଙ୍କ ମାଆ କେତେକ ସାମ୍ବାଦିକଙ୍କୁ ସେଟ୍କୁ ଡକାଇ ଆଣିଲେ ଓ ସେ ସମ୍ପର୍କରେ ସୂଚନା ଦେଲେ। ହେଲେ ସାମ୍ବାଦିକମାନଙ୍କ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ନାନା ପାଟେକର ସେତେବେଳେ ସୁଟିଂ ସେଟ୍ ଛାଡ଼ି ଚାଲିଯାଇଥିଲେ।


ଏହାପରେ ତନୁଶ୍ରୀ ଦତ୍ତ ପୁଲିସ ଥାନାରେ ନାନା ପାଟେକରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ନାନାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏହାକୁ ନେଇ ତନୁଶ୍ରୀ କ୍ଷୁବ୍ଧ ହୋଇଆଉ ସିନେମାରେ କାମ ନ କରିବାକୁ ସ୍ଥିର କରିଥିଲେ।

By amfnews

Related Post