Sun. Mar 8th, 2026

ନାଗରିକତା ଆଇନ ବିରୋଧରେ ପ୍ରତିବାଦ: ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ମୋବାଇଲ୍‌ ଫୋନ୍‌ ସେବା ବନ୍ଦ

131 Views

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ନୂତନ ନାଗରିକତା ଆଇନ ବିରୋଧରେ ପ୍ରତିବାଦ ଉଗ୍ର ହେଉଥିବା ବେଳେ ପ୍ରତିଷେଧ ପଦକ୍ଷେପସ୍ୱରୂପ କେତେକ ଅଞ୍ଚଳରେ ଭଏସ୍‌ ଡାଟା ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖିବାକୁ ମୋବାଇଲ୍‌ ଫୋନ୍‌ ଅପରେଟର୍‌ମାନଙ୍କୁ ସରକାର କହିଛନ୍ତି।

ସକାଳ ୯ଟାରୁ ଦିନ ୧ଟା ଯାଏଁ ସହରର କେତେକ ଅଞ୍ଚଳରେ ଯୋଗାଯୋଗ ସେବା ବନ୍ଦ ରଖିବାକୁ ଏୟାର୍‌ଟେଲ୍‌, ଭୋଡାଫୋନ୍‌ ଆଇଡିଆ, ରିଲାଏନ୍‌ସ୍‌ ଜିଓ, ଏମ୍‌ଟିଏନ୍‌ଏଲ୍‌/ବିଏସ୍‌ଏନ୍‌ଏଲ୍‌ ପ୍ରଭୃତି ଟେଲିକମ୍‌ ଅପରେଟରମାନଙ୍କୁ ଦିଲ୍ଲୀ ପୁଲିସ ଆଦେଶ ଦେଇଛି।

ଆଜି ପ୍ରଥମେ ଏୟାର୍‌ଟେଲ୍‌ର ଗ୍ରାହକମାନେ ସେମାନଙ୍କ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ବ୍ୟବହାର କରି ନ ପାରିବାରୁ ଏ କଥା ଜଣାପଡ଼ିଛି। ଏ ସଂକ୍ରାନ୍ତରେ କମ୍ପାନି ନିକଟରେ ଆପତ୍ତି କରିବାରୁ ଜବାବ ମିଳିଲା: ଦିଲ୍ଲୀର କେତେକ ଅଞ୍ଚଳରେ ଭଏସ୍‌, ଏସ୍‌ଏମ୍‌ଏସ୍‌ ଏବଂ ଡାଟା ବନ୍ଦ ରଖିବାକୁ ସରକାରୀ କର୍ତ୍ତୃପକ୍ଷଙ୍କ ଠାରୁ ପାଇଥିବା ଆଦେଶ ପାଳନ କରୁଛୁ। ନିଷେଧାଦେଶ ଉଠିଗଲେ ଆମ ସେବା ପୂର୍ଣ୍ଣରୂପେ ଆଗେଇ ଚାଲିବ। ଅସୁବିଧା ପାଇଁ ଦୁଃଖିତ।

ଜଣେ ଶୀର୍ଷସ୍ତରୀୟ ଟେଲିକମ୍‌ ଅପରେଟର୍‌ଙ୍କ କହିବା ଅନୁସାରେ, ମୋବାଇଲ୍‌ ସେବା ପ୍ରଭାବିତ ଅଞ୍ଚଳଗୁଡ଼ିକ ହେଉଛି ଉତ୍ତରର ଓ୍ଵାଲ୍‌ଡ୍‌ ସିଟି ଅଞ୍ଚଳ ଏବଂ କେନ୍ଦ୍ରୀୟ ଜିଲ୍ଲାସମୂହ, ମଣ୍ଡି ହାଉସ୍‌, ଶୀଲମପୁର, ଜଫରବାଦ ଏବଂ ସୁସ୍ତଫାବାଦ, ଜାମିଆ ନଗର ଏବଂ ଶଇନ୍‌ ବାଗ୍‌ ଓ ବାଓ୍ଵନା। ଏହି ସବୁ ଅଞ୍ଚଳରେ ମୋବାଇଲ୍‌ ସେବା ରଦ୍ଦ କରିବାକୁ ଆମେ ସରକାରୀ କର୍ତ୍ତୃପକ୍ଷଙ୍କ ଠାରୁ ନିର୍ଦେଶ ପାଇଛୁ।

ପଟୁଆରରେ ବାହାରିବାକୁ ଘୋଷଣା କରିଥିବା ପ୍ରତିବାଦକାରୀଙ୍କୁ ଏକତ୍ର ନ କରାଇ ଦେବାକୁ ଦିଲ୍ଲୀ ପୁଲିସ ଲାଲ୍‌ କିଲା ଅଞ୍ଚଳରେ ୧୪୪ ଧାରା ଜାରି କରିଛି।

By amfnews

Related Post