Mon. Apr 21st, 2025

ନରେନ୍ଦ୍ର ମୋଦି ତୋଗଲଗ ଓ ଯୋଗୀ ଆଉରଙ୍ଗଜେବଙ୍କ ପରି କାର୍ଯ୍ୟ କରୁଛନ୍ତ- କଂଗ୍ରେସ

By amfnews Dec 8, 2018 #Featured
194 Views

ନୂଆଦିଲ୍ଲୀ, ଡିସେମ୍ବର ୦୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହମ୍ମଦ ବିନ ତୋଗଳକଙ୍କ ପରି କାର୍ଯ୍ୟ କରୁଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଉରଙ୍ଗଜେବଙ୍କ ପରି କାର୍ଯ୍ୟ କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଶୁକ୍ରବାର ଦିନ କଂଗ୍ରେସ କୁଖ୍ୟ ମୁଖପାତ୍ର ରନ୍‌ଦୀପ ସୁରଜଓ୍ଵାଲା ଏକ ସାମ୍ବାଦିକ ସମ୍ମିଳନରେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ନେତା ତଥା ପଞ୍ଜାବ ମନ୍ତ୍ରୀ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ମୁଣ୍ଡକାଟ କଲେ ୧ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ଯୋଗୀ ଆଦିତ୍ୟନାଥଙ୍କ ଆର୍ଥିକ ସହାୟତାରେ ପରିଚାଳିତ ହିନ୍ଦୁ ଯୁବ ବାହିନୀ ଘୋଷଣା କରିଛନ୍ତି। ଏହାଦ୍ୱାରା ଯୋଗୀ ଆଦିତ୍ୟନାଥ କଣ ଦେଶରେ ତାଲିବାନ ଶାସନ ଚଳାଇବାକୁ ଚାହୁଁଛନ୍ତି ବୋଲି ଶ୍ରୀ ସୁରଜଓବାଲା ପ୍ରଶ୍ନ କରିଛନ୍ତି।

ସୁରଜଓ୍ଵାଲା କହିଛନ୍ତି ଦେଶରେ ଏବେ ଗଣତନ୍ତ୍ର ନାହିଁ। ଯୋଗୀ ବର୍ତ୍ତମାନ ଆଉରଙ୍ଗଜେବ ଓ ମୋଦି ମହମ୍ମଦ ବିନ ତୋଗଲକପରି କାର୍ଯ୍ୟ କରୁଛନ୍ତି। ଦେଶରେ ଆଇନର ଶାସନ ଓ ସାମ୍ବିଧାନ ସୁରକ୍ଷିତ ରହିବ ନା ନିକଟରେ ଯେପରି ଉତ୍ତରପ୍ରଦେଶରେ ଗୁଣ୍ଡାଗର୍ଦ୍ଦି ଦେଖାଦେଲା ସେହିପରି ଗୁଣ୍ଡାଗର୍ଦ୍ଦି ଚାଲିବ।


ବୁଲନ୍ଦସହର ଘଟଣା ଉପରେ ଉତ୍ତରପ୍ରଦେଶ ସରକାରଙ୍କୁ ଭର୍ସନା କରି ଶ୍ରୀ ସୁରଜଓ୍ଵାଲା କହିଛନ୍ତି ଯେ ଇନସପେକ୍ଟର ସୁବୋଧ କୁମାରଙ୍କ ମୁଣ୍ଡକୁ ଗୁଳି କରି ହତ୍ୟାକରାଗଲା, ଏଥିରେ ବିଜେପି ନେତା ସମ୍ପୃକ୍ତ, କିନ୍ତୁ ଯୋଗୀ ଆଦିତ୍ୟନାଥ ଏ ନେଇ ଚିନ୍ତିତ ନୁହଁନ୍ତି। ଏବେ ପୁଣି ଲୋକଙ୍କ ମୁଣ୍ଡକାଟ ପାଇଁ ପୁରସ୍କାର ଘୋଷଣା କରାଯାଉଛି। ତେବେ ଏହାର ପ୍ରଶ୍ନ ଉଠୁଛି ଦେଶରେ କଣ ବିଜେପି ତାଲିବାନ ଶାସନ ଚଳାଇବାକୁ ଚାହୁଁଛି କି ବୋଲିି ଶ୍ରୀ ସୁରଜଓ୍ଵାଲା ପ୍ରଶ୍ନ କରିଛନ୍ତି।

ସେହିପରି ବୁଲନ୍ଦସହର ଘଟଣା ସମୟରେ ଯୋଗୀ ଆଦିତ୍ୟା ନାଥ ନିର୍ବାଚନ ପ୍ର୍ରଚାରରେ ଯିବା ସହିତ ଇନ୍‌ସପ୍ଟେରଙ୍କ ଘରକୁ ନିଜେ ନ ଯାଇ ସେମାନଙ୍କୁଡକାଇ ପଠାଇବାକୁ ଶ୍ରୀ ସୁରଜଓ୍ଵାଲା ନିନ୍ଦା କରିଛନ୍ତି। ଅନ୍ତେଷ୍ଟି କ୍ରିୟା ସମାପ୍ତ ନ ହେବା ପର୍ଯ୍ୟନ୍ତ ଲୋକେ ଘରୁ ପଦାକୁ ଯଆନ୍ତି ନାହିଁ। ମାତ୍ର ଏହା ଜାଣି ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତ ଇନସପେକ୍ଟରଙ୍କ ପରିବାରକୁ ନିଜ ଘରକୁ ଡାକିବା ଆଉରଙ୍ଗବେ ମାନସିକତା ବୋଲି ଶ୍ରୀ ସୁରଜଓ୍ଵାଲା ଅଭିଯୋଗ କରିଛନ୍ତି।

By amfnews

Related Post