Sat. Mar 7th, 2026

ନରେନ୍ଦ୍ରପୁର ବଜାରରେ ସିରିଜ୍‌ ବୋମା ମାଡ଼, ୩ ଆହତ

467 Views

ନିଶ୍ଚିନ୍ତକୋଇଲି/ନେମାଳ : କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ବଜାରରେ ଆଜି ରାତି ପ୍ରାୟ ସାଢ଼େ ୮ଟାରେ ୮ରୁ ୧୦ଟି ବୋମା ମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଏହି ବୋମା ମାଡରେ ତିନି ଜଣ ବ୍ୟବସାୟୀ ଆହତ ହୋଇଛନ୍ତି।

ନରେନ୍ଦ୍ରପୁର ବିଟ୍‌ ହାଉସ୍‌ ଠାରୁ ୫୦୦ମିଟର ଦୂରରେ ସେକ୍ସନ ବଜାର ଠାରେ ୩/୪ ଜଣ ଦୁର୍ବୃତ୍ତ ବାଇକରେ ଆସି ଅତର୍କିତ ଭ‌ାବେ କେତେକ ବ୍ୟବସାୟୀ ପ୍ରତିଷ୍ଠାନ ଉପରକୁ ଓ ରାସ୍ତା ଉପରେ ବୋମା ମାଡ କରି ଫେରାର ହୋଇଯାଇଛନ୍ତି। ସୋନାଲି ମେଡିସିନ୍‌ ଷ୍ଟୋର, ମିଠା ଦୋକନ, ସାଇକେଲ୍‌ ଦୋକାନ ଉପରକୁ ବୋମା ମାଡ କରିବା ସହ ରାସ୍ତା ଉପରେ ବୋମା ପକାଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛନ୍ତି। ଏହି ବୋମା ମାଡରେ ମେଡିସିନ୍‌ ଷ୍ଟୋର ଥିବା ହନିଫ୍‌ ଖାଁ, ସାଇକେଲ୍‌ ଦୋକାନୀ ମନୋର˚ଜନ କବି ଏବଂ ମୋବାଇଲ ଫୋନ ଦୋକାନୀ ନିହାର ରଂଜନ ମହାପାତ୍ର ଆହତ ହୋଇଛନ୍ତି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକ ଓ ସ୍ଥାନୀୟ ବ୍ୟବାସାୟୀ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। କିନ୍ତୁ ବୋମା ମାଡର ନିର୍ଦ୍ଦିଷ୍ଟ କାରଣ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ। ପୁଲିସ ଘଟଣାର ତଦନ୍ତ କରିବା ସହିତ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି ବୋଲି ଥାନା ଅଧିକାରୀ ପ୍ରଭାତ କୁମାର ମଲ୍ଳିକ ସୂଚନା ଦେଇଛନ୍ତି। ଦୁଇଟି ଅଫୁଟା ବୋମାକୁ ପୁଲିସ ଜବତ କରିଛି। ବିଳମ୍ବିତ ରାତିରେ ପୁଲିସ ‌ଲୋକଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇଛି।

By amfnews

Related Post