ପଞ୍ଚଦଶ ବିଧାନସଭାରେ କଂଗ୍ରେସ ୧୬ଟି ଆସନ ପାଇଥିଲା। ବିଜେପୁର ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ସେହି ଆସନ ବିଜେଡି ହାତକୁ ଚାଲିଯାଇଥିଲା। ପରବର୍ତ୍ତୀ ସମୟରେ କଂଗ୍ରେସରୁ କୃଷ୍ଣଚନ୍ଦ୍ର ସଗରିଆ ଇସ୍ତଫା ଦେଇଥିଲେ। ଯୋଗେଶ ସିଂହଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ନବକିଶୋର ଦାସ କଂଗ୍ରେସ ଛାଡ଼ି ବିଜେଡି ଟିକେଟ୍ ପାଇ ଏଥର ଜିତିଛନ୍ତି। ପ୍ରକାଶ ବେହେରା କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହୋଇଥିଲେ ବି ହାରିଯାଇଛନ୍ତି। ଜାକବ ପ୍ରଧାନ ଦଳୀୟ ଟିକେଟ୍ ପାଇନଥିଲେ। କଂଗ୍ରେସ ଟିକେଟ୍ରେ ଏଥର ପୁଣି ଲଢ଼ିଥିବା ୮ ଜଣ ବିଧାୟକ ପ୍ରଫୁଲ୍ଲ ମାଝୀ, ଅଂଶୁମାନ ମହାନ୍ତି, ଭୁଜବଳ ମାଝୀ, ଚନ୍ଦ୍ରଶେଖର ମାଝୀ, ଚିରଞ୍ଜୀବୀ ବିଶ୍ବାଳ, ଦେବେନ୍ଦ୍ର ଶର୍ମା, କୈଳାସ କୁଲେଶିକା ଓ କେ ସୂର୍ଯ୍ୟା ରାଓଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପଞ୍ଚଦଶ ବିଧାନସଭାର ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ପୁଣି ଷୋଡ଼ଶ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
345 Views
ସରକାରୀ ଚାକିରିରୁ ରାଜନୀତିକୁ ଲମ୍ଫ ମାରିଥିଲେ କିଛି ଚର୍ଚ୍ଚିତ ଚେହେରା। ତେବେ ସମସ୍ତେ ସଫଳତାର ସ୍ବାଦ ଚାଖିପାରି ନାହାନ୍ତି। ଆଇଏଏସ୍ ଚାକିରି ଛାଡ଼ି ଭୁବନେଶ୍ବର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇଛନ୍ତି। ତେବେ ତାଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରୁଥିବା ଅବସରପ୍ରାପ୍ତ ଆଇପିଏସ୍ ଅଫିସର୍ ଅରୂପ ପଟ୍ଟନାୟକଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ସେହିପରି ଅବସରପ୍ରାପ୍ତ ଆଇପିଏସ୍ ଅଫିସର୍ ତଥା କଟକ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ବି ପରାଜିତ ହୋଇଛନ୍ତି। ପୂର୍ତ୍ତ ବିଭାଗ ସଚିବ ଭାବେ କାର୍ଯ୍ୟ କରି ଅବସର ନେଇ ସମ୍ବଲପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ହୋଇଥିବା ନଳିନୀ ପ୍ରଧାନ ବି ପରାଜୟ ବରଣ କରିଛନ୍ତି। ତେବେ ଆଠମଲ୍ଲିକରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ ଓଏଏସ୍ ଅଧିକାରୀ ରମେଶ ଚନ୍ଦ୍ର ସାଇ ଜିତିଯାଇଛନ୍ତି। ସେହିପରି ଓଏଫ୍ଏସ୍ ଚାକିରି ଛାଡ଼ି ଯାଜପୁର ଲୋକସଭା ଅାସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ଶର୍ମିଷ୍ଠା ସେଠୀ ଜିତିଛନ୍ତି।