Wed. Dec 25th, 2024

ନରମିଲା ପାକିସ୍ତାନ, କହିଲା ଯୁଦ୍ଧ ନୁହେଁ ଭାରତ ସହ ବାର୍ତାଳାପ ହେଉଛି ଏକମାତ୍ର ଉପାୟ

By amfnews Sep 29, 2018 #Featured
100 Views

ଇସଲାମବାଦ, ସେପ୍ଟେମ୍ବର ୨୯ :ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିକ୍ରିୟା ପରେ ଏବେ ପାକିସ୍ତାନ ନରମ ହେବାର ଦେଖାଯାଇଛି । ସୂଚନାନୁଯାୟୀ, ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମହମ୍ମୁଦ କୁରୈଶୀ ଏକ ଇଂଟରଭ୍ୟୁରେ କହିଥିଲେ ଯେ, ଯୁଦ୍ଧ ନୁହେଁ ଭାରତ ସହ ବାର୍ତାଳାପ ହିଁ ହେଉଛି ଏକମାତ୍ର ବିକଳ୍ପ ।

ସୂଚନାନୁଯାୟୀ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଭାରତକୁ ନେଇ ଶକ୍ତ ଟିପପଣୀ ଦେଇଥିଲେ । ଏହି ସମୟରେ ସେ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଇମରାନଙ୍କ କହିବା ଅନୁଯାୟୀ, ଶାନ୍ତି ବାର୍ତା ଦେବା ସତ୍ୱେ ମଧ୍ୟ ଭାରତର ଅହଂକାର ଏବଂ ନକାରତ୍ମକ ଉତରରେ ସେ ନିରଶ ହୋଇଛନ୍ତି । ଏହା ପୁର୍ବରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାର୍ତାଳାପ ବନ୍ଦ ହୋଇଥିବା କାରଣରୁ ସେ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପତ୍ର ଲେଖିଥିଲେ । କିନ୍ତୁ ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ ହେବା ପରେ ମୋଦୀ କୌଣସି ପ୍ରକାର ବାର୍ତାଳାପ ନିମନ୍ତେ ମନା କରି ଦେଇଥିଲେ । ଫଳରେ ଇମରାନ ଖାନଙ୍କର ଏଭଳି ବ୍ୟବହାର ଦେଖିବାକୁ ମିଳିଥିଲା ।

Imran Khan

@ImranKhanPTI

Disappointed at the arrogant & negative response by India to my call for resumption of the peace dialogue. However, all my life I have come across small men occupying big offices who do not have the vision to see the larger picture.

By amfnews

Related Post