Sat. Mar 7th, 2026

ନଭେମ୍ବର ୨୯ରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ମାମଲାର ପରବର୍ତ୍ତୀ ଶୁଣାଣି

178 Views

ନୂଆଦିଲ୍ଲୀ, ୨୦/୧୧: ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ କେନ୍ଦ୍ର ସରକାର ଦୀର୍ଘ ଛୁଟିରେ ଯିବା ପାଇର୍ଁ ଦେଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶ୍ରୀ ବର୍ମା ସୁପ୍ରିମକୋର୍ଟରେ କରିଥିବା ଆବେଦନର ଶୁଣାଣିକୁ ଆସନ୍ତା ନଭେମ୍ବର ୨୯ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ବିଶେଷ କରି ସିଭିସିଙ୍କ ରିପୋର୍ଟର ମିଡିଆ ଲିକ୍‌ ହେବା ପରେ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରି ଶୁଣାଣୀ ଆରମ୍ଭର ମାତ୍ର ମିନିଟକ ମଧ୍ୟରେ ଶୁଣାଣୀକୁ ନଭେମ୍ବର ୨୯ ଯାଏ ଘୁଞ୍ଚାଇ ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସଏସକେ କୌଲ,ଜଷ୍ଟିସ କେଏମ ଜୋଶେଫଙ୍କୁ ନେଇ ଗଠିତ ବେଞ୍ଚ ମାମଲାର ପରବର୍ତ୍ତ;ୀ ଶୁଣାଣୀ ନଭେମ୍ବର ୨୯ରେ ହେବ ବୋଳି କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ମାମଲାର ଶୁଣାଣୀ ପାଇଁ ତୁମ୍ଭେମାନେ ଯୋଗ୍ୟ ନୁହଁ। କେବଳ ସେତିକି ନୁହେଁ, ପ୍ରଧାନ ବିଚାରପତି ଜଷ୍ଟିସ ଗୋଗେଇ ବର୍ମାଙ୍କ ଓକିଲ ଫଲି ଏସ ନରିମନଙ୍କୁ ପ୍ରକାଶିତ ସମ୍ବାଦର ଏକ ରିପୋର୍ଟ ପ୍ରଦାନ କରି କହିଛନ୍ତି ଯେ ଏହି ରିପୋର୍ଟ ଆମେ ଆପଣଙ୍କୁ ବର୍ମାଙ୍କ ଓକିଲ ଭାବେ ନୁହେଁ, ବରଂ ସୁପ୍ରିମକୋର୍ଟ ବାରର ଜଣେ ପ୍ରମୁଖ ଓ ସମ୍ମାନନୀୟ ସଦସ୍ୟଭାବେ ଦେଉଛୁ।

ସୂଚନାଯୋଗ୍ୟ ଯେ ସୁପ୍ରିମ କୋର୍ଟରେ ସିଭିସି ଯେଉଁ ତଦନ୍ତ ରିପୋର୍ଟ ଦେଇଥିଲେ ତାର କପି ଶ୍ରୀ ବର୍ମାଙ୍କୁ ଦିଆଯାଇଥିଲେ ମଧ୍ୟ ଶ୍ରୀ ବର୍ମାଙ୍କ ନାମରେ ଲାଞ୍ଚ ଅଭିଯୋଗ ଆଣିଥିବା ତତ୍‌କାଳୀନସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଗତ ୧୬ ତାରିଖରେ ସିଭିସିଙ୍କ ରିପୋର୍ଟ କପି ପ୍ରଦାନ କରିବାକୁ ମନା କରି ଦେଇଥିଲେ।

By amfnews

Related Post