Wed. Mar 11th, 2026

ନଭେମ୍ବର, ଡିସେମ୍ବର ମାସରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ: ଭାରତୀୟ ପାଣିପାଗ ସଂସ୍ଥାନ

129 Views

ପୁଣେ: ଏ ବର୍ଷ ନଭେମ୍ବର ଓ ଡିସେମ୍ବର ମାସର ଶୀତକାଳରେ ମଧ୍ୟ ତାପମାତ୍ରା ସ୍ୱାଭାବିକ ଠାରୁ ସାମାନ୍ୟ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ସଂସ୍ଥାନର ‘ସିଜନାଲ୍‌ କ୍ଲାଇମେଟ୍‌ ଆଉଟ୍‌ଲୁକ୍‌ ଫର୍‌ ସାଉଥ୍‌ ଏସିଆ’ ଏବଂ ‘ସାଉଥ୍‌ ଏସିଆନ୍‌ କ୍ଲାଇମେଟ୍‌ ଆଉଟ୍‌ଲୁକ୍‌ ଫୋରମ୍‌’ ସୂଚନା ଦେଇଛନ୍ତି।

ସମ୍ଭାବ୍ୟ ସୂଚନା ଅନୁସାରେ, ୨୦୨୦ର ଶୀତଋତୁରେ କମ୍‌ ଥଣ୍ଡା ପଡ଼ିପାରେ। ୨୦୨୦ ଲେଖାଯିବାର କାରଣ ଭାରତୀୟ ପାଣିପାଗ ସଂସ୍ଥାନ କହିବା ହିସାବରେ, ଭାରତରେ ଶୀତ ଜାନୁଆରି ମାସରୁ ଆରମ୍ଭ ହୋଇ ଫେବ୍ରୁଆରି ମାସ ଯାଏଁ ରହେ।

ଅଗଷ୍ଟ ମାସର ପ୍ରାରମ୍ଭିକ ଅବସ୍ଥା ଆଧାରିତ ରିପୋର୍ଟ ଦର୍ଶାଇଛି ଯେ ନଭେମ୍ବର ଓ ଡିସେମ୍ବର ମାସର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବାର ୭୦% ରୁ ୧୦୦% ସମ୍ଭାବନା ରହିଛି। କିନ୍ତୁ, ଜମ୍ମୁ ଓ କଶ୍ମୀର ଏଥିରୁ ବାଦ ପଡ଼ିପାରେ। ଏ ଦୁଇ ମାସରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ହେବାର ୫୦% ରୁ ୬୦% ସମ୍ଭାବନା ରହିଛି।

By amfnews

Related Post