Sat. Mar 7th, 2026

ନବ ବିବାହିତା ପତ୍ନୀର ତଣ୍ଟି ଚିପି ହତ୍ୟା କରି ସ୍ବାମୀ ଫେରାର୍

213 Views

ପୁରୀ : ପୁରୀ ନବକଳେବର ରୋଡ଼ ନୂଆ ସାହିରେ ନବ ବିବାହିତାଙ୍କୁ ହତ୍ୟା। ଏହି ନବ ବିବାହିତାଙ୍କ ନାମ ଶୁଭସ୍ମିତା ମହାନ୍ତି ବୋଲି ଜଣାଯାଇଛି। ତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି।ତାଙ୍କର ହାତର ଶିରା ବି କଟିଥିବା ଜଣାଯାଇଛି। ଦିନ ୧୨ଟା ବେଳେ ପୁରୀ  ଜିଲ୍ଲା ସଦର ମୁହକୁମା ଚିକିତ୍ସାଳୟରେ ଶବକୁ ତାଳବଣିଆ ଥାନା ପୁଲିସ ଜବତ କରିଛି।

ଏହି ହତ୍ୟାକାଣ୍ଡରେ ସ୍ୱାମୀ କାଳୁ ବେହେରାଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। କାଳୁ ବେହେରା ଫେରାର ହୋଇଯାଇଥିବା ଜଣାଯାଇଛି। ଏବେ ପୁଲିସ ଘଟଣାର ତଦନ୍ତ କରିବା ସହ ସ୍ୱାମୀ କାଳୁ ବେହେରାଙ୍କୁ ଖୋଜୁଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ପୁରୀର କୁମ୍ଭାରପଡ଼ାରେ ଭଡ଼ାଘରେ ରହୁଥିଲେ ଶୁଭସ୍ମିତା ମହାନ୍ତି। ସେ ଏକ ହୋଟେଲରେ ଆକାଉଣ୍ଟସ୍ ବିଭାଗରେ କାମ କରୁଥିଲେ। ସେହି ସମୟରେ ହୋଟେଲରେ କାମ କରୁଥିବା କାଳୁ ବେହେରାଙ୍କ ସହ ଶୁଭସ୍ମିତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଏହାପରେ ସେଦୁହେଁ ପ୍ରାୟ ଚାରିମାସତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ପରେ ଉଭୟଙ୍କ ଭିତରେ ଭଲ ସଂପର୍କ ନ ଥିବା କୁହାଯାଉଛି।

By amfnews

Related Post