Sat. Jan 4th, 2025

ନବୀନଙ୍କ ଦମ୍ଭୋକ୍ତି: ‘କାଳିଆ’ ଯାତ୍ରାକୁ କେହି ରୋକିପାରିବେ ନାହିଁ

By amfnews Jan 25, 2019 #Featured
209 Views

Khabar Odisha:politics-odisha-CM-Naveen-Patnaik-said-no-one-can-stop-Kalia-scheme
ଭୁବନେଶ୍ୱର, ଜାନୁୟାରୀ ୨୫ :ଚାଷୀମାନେ ଉତ୍ପାଦନ କରୁଥିବା ଚାଉଳ ଓ ପରିବାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପ୍ରସ୍ତୁତ ହେଉଛି । ଚାଷୀମାନେ ଏକ ମହାନ ଓ ପବିତ୍ର କାର୍ଯ୍ୟ କରୁଛନ୍ତି । ସେଥିପାଇଁ ଯୋଜନାର ନାମ କାଳିଆ ରଖାଗଲା ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ଚାଷୀ ସମାବେଶରେ କହିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାର ଚାଷୀଙ୍କୁ ଚାଷୀଙ୍କୁ କାଳିଆ ସହାୟତା ପତ୍ର ପ୍ରଦାନ କରିଛନ୍ତି ।

ଆଜି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଆର୍ଶୀବାଦ ନେଇ କାଳିଆ ଯୋଜନାରେ ଟଙ୍କା ବଣ୍ଟନ କରିବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ କହିଛନ୍ତି ଚାଷୀମାନେ ଦେଉଥିବା ପରିବାର ମହାପ୍ରସାଦରେ ଲାଗୁଛି । ଏହା ଏକ ମହାନ ଓ ପବିତ୍ର କାର୍ଯ୍ୟ କରୁଛନ୍ତି । ତେଣୁ ଏହି ଯୋଜନାର ନାମ କାଳିଆ ରଖାଯାଇଛି । ତେଣୁ କାଳିଆ ଯାତ୍ରାକୁ କେହି ରୋକିପାରିବେ ନାହିଁ ବୋଲି ଦମ୍ଭୋକ୍ତିରେ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ରାଜ୍ୟର ଅର୍ଥନୀତି ବିକାଶର ଏକ ମାଇଲଷ୍ଟୋନ୍‌ ହୋଇ ରହିବ । ଏହା ଦ୍ୱାରା ଚାଷୀଙ୍କ ଚାଷ ଭଲ ହେବ ଓ ପରିବାରର ଉନ୍ନତି ହେବ । ଏହି ଯୋଜନା ସାରା ଦେଶକୁ ବାଟ ଦେଖାଇବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ଏହି ଯୋଜନାରେ ଆଜି ମୁଖ୍ୟମନ୍ତ୍ରୀ ସହାୟତା ବଣ୍ଟନ କରିବା ସହିତ ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ୪୯୦ ଚାଷୀ ଉପକୃତ ହେବେ ।

By amfnews

Related Post