Sun. Mar 8th, 2026

ନବୀନଙ୍କୁ ଭେଟିଲେ ମହିଳା ବିଜେଡିର ନବନିଯୁକ୍ତ କର୍ମକର୍ତ୍ତା

151 Views

ଭୁବନେଶ୍ବର ୧୮/୧୧ : ରାଜ୍ୟରେ ମହିଳା ସଶକ୍ତୀକରଣକୁ ବ୍ୟାପକ କରିବା ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ବିଜୁ ମହିଳା ଜନତା ଦଳର ରାଜ୍ୟ ସଭା‌ନେତ୍ରୀ ମିନତି ବେହେରାଙ୍କ ନେତୃତ୍ବରେ ନବନିଯୁକ୍ତ ମହିଳା କର୍ମକର୍ତ୍ତାମାନେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ, ମହିଳାଙ୍କ ସୁଖଦୁଃଖରେ ଭାଗୀଦାରି ହେବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର କିଭଳି ସୁବିନିଯୋଗ ହୋଇପାରିବ, ସେଥିପ୍ରତି ଦୃଷ୍ଟି ଦେବାକୁ ହେବ।

ସଙ୍ଗଠନକୁ ତୃଣମୂଳସ୍ତରରୁ ଆହୁରି ମଜଭୁତ କରିବା ଦିଗରେ ନବନିଯୁକ୍ତ କର୍ମକର୍ତ୍ତାମା‌‌ନେ ତତ୍ପରତା ପ୍ରକାଶ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସାକ୍ଷାତ ସମୟରେ ମହିଳା ବିଜେଡି ଉପଦେଷ୍ଟା ତଥା ବିଜେଡି ଉପସଭାପତି ପ୍ରମିଳା ମଲ୍ଲିକ, ସାଂସଦ ସରୋଜିନୀ ହେମ୍ବ୍ରମ, ମହିଳା ବିଜେଡିର ଅନ୍ୟତମ ଉପଦେଷ୍ଟା ଜ୍ୟୋତି ପାଣିଗ୍ରାହୀ, କସ୍ତୁରୀ ମହାପାତ୍ର, କାର୍ଯ୍ୟକାରୀ ସଭାନେତ୍ରୀ ସୁଲୋଚନା ଦାସ, ଶ୍ରୀମୟୀ ମିଶ୍ର, ସାଧାରଣ ସମ୍ପାଦିକା ସୁଲତା ଦେଓ, ସମ୍ପାଦିକା ଏଲିନା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post