Sat. Nov 23rd, 2024

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ- ଜିଲ୍ଲା ଖଣିଜ ପାଣ୍ଠି ଖର୍ଚ୍ଚ ନହୋଇ ପଡି ରହିବା ମାମଲାକୁ ମୁଖ୍ୟମନ୍ତ୍ରୀ ଲୁଚାଇବାକୁ କାହିଁକି ଚେଷ୍ଟା କରୁଛନ୍ତି ?

By amfnews Jan 28, 2019 #Featured
228 Views

Khabar Odisha:politics-odisha-dharmendra-pradhan-targeted-naveen-patnaik-on-district-mineral-fund
ଭୁବନେଶ୍ୱର, ଜାନୁଆରୀ ୨୮-ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଅର୍ଥ ଓଡିଶାକୁ ନମିଳିବା ନେଇ ଦିଲ୍ଲୀରେ ଯେଉଁ ବକ୍ତବ୍ୟ ଦେଇଛନ୍ତି ଏହା ନିଜର ସ୍ଥାଣୁତା , ଅପାରଗତା ଲୁଚାଇବା ପାଇଁ ଆଉ ଏକ ବାହାନା ବ୍ୟତୀତ କିଛି ନୁହେଁ ବୋଲି ସାମାଜିକ ଗଣମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଳାପାହଡଙ୍କ କଥାରେ ରାଜ୍ୟର ଋଣ ଭାର ବଢାଇଛନ୍ତି । ବିନା ବଜେଟ୍ ଓ ବିନା ବିତିୟ ପ୍ରବନ୍ଧନରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହା ଅପାରଗତାର ଚରମ ନିଦର୍ଶନ ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ କହିଛନ୍ତି । ଏବଂ ସେ ୩ ଦିନ ଓଡିଶାରେ ଅଛନ୍ତି । ଯଦି କୌଣସି ବିଭାଗର ଅର୍ଥ ବକେୟା ଅଛି ତାହାହେଲେ ମୁଖ୍ୟଶାସନ ସଚିବ କିମ୍ବା ଅନ୍ୟବିଭାଗର ସଚିବ ତାଙ୍କ ସହ କଥାହେଲେ ସେ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ମୁଖ୍ୟମବୀଙ୍କୁ ତାଙ୍କର ପୂର୍ବରୁ କରିଥିବା ଅନୁରୋଧକୁ ଦୋହରାଉଛି । ଯଦି କୌଣସି ବି କେନ୍ଦ୍ରୀୟ ଯୋଜନାର ବିନିଯୋଗ ପ୍ରମାଣପତ୍ର ପ୍ରଦାନ କଲା ପରେ କେନ୍ଦ୍ରୀୟ ଅର୍ଥ ମିଳୁନାହିଁ ତାହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ ତାଙ୍କ ସହ ଯୋଗାଯୋଗ କରିବାକୁ ମୁଖ୍ୟମବୀ ନିର୍ଦ୍ଦେଶ ଦିଅନ୍ତୁ । ଯଦି ଓଡିଶାର ଦାବି ଯୁକ୍ତିଯୁକ୍ତ ଏହି ଅର୍ଥକୁ ଓଡିଶାକୁ ମିଳିବାପାଇଁ ସବୁ ଉଦ୍ୟମ କରିବାର ପ୍ରତିଶ୍ରୁତି ଦେଉଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କ ଅଦୂରଦର୍ଶିତା କାରଣରୁ ଇଣ୍ଡିଆନ୍ ଅଏଲ ରିଫାଇନାରୀରୁ ରାଜ୍ୟ ସରକାରଙ୍କୁ କ୍ଷତି ସହିବାକୁ ପଡୁଥିଲା । ବ୍ୟକ୍ତିଗତ ଭାବରେ ଏପ୍ରସଙ୍ଗରୁ ଉଦ୍ୟମ କରି ଓଡିଶାର ହକ୍ କୁ ପୁଣି ପ୍ରଦାନ କରିବାପାଇଁ ଉଦ୍ୟମ କରି ଓଡିଶାକୁ ପୁଣି ହକ୍ ଫେରାଇବାର ବ୍ୟବସ୍ଥା କରିବାରେ ସେ କରିଥିବା ସହଯୋଗ ସମ୍ପର୍କରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

ଓଡିଶାର ହକ୍ ଓ ସ୍ୱାର୍ଥ ସୁରକ୍ଷିତ ରଖିବା ପାଇଁ ମୋଦି ସରକାର ତିଳେମାତ୍ର ଅବହେଳା କରିନାହାନ୍ତି  । ପୂର୍ବ ଭାରତ ଯେଉଁଥିରେ ଓଡିଶା ପ୍ରମୁଖ ଅଙ୍ଗ ଭାରତର ଏହି ପଛୁଆ ଭୂଭାଗର ଦ୍ରୁତ ବିକାଶ ମୋଦି ସରକାରଙ୍କ ପ୍ରାଥମିକତା  । ପୂର୍ବୋଦୟରୁ ହିଁ ଭାରତ ଉଦୟ ହେବ ମୋଦି ସରକାରଙ୍କର ସ୍ଲୋଗାନ୍ ନୁହେଁ ବରଂ ପ୍ରତିବଦ୍ଧତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କେନ୍ଦ୍ରୀୟ ଯୋଜନାର କେନ୍ଦ୍ରୀୟ ଅଂଶ ବିନା ବିନିଯୋଗ ପ୍ରମାଣପତ୍ରରେ ମିଳିପାରିବ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । କେନ୍ଦ୍ରରେ ସରକାର ପ୍ରଚଳିତ ବିଧି ବ୍ୟବସ୍ଥା ଅନୁସାରେ ରାଜ୍ୟ ସରକାର ମାନଙ୍କୁ ଅର୍ଥ ହସ୍ତାନ୍ତରଣ କରିଥାନ୍ତି । ଓଡିଶାରେ ସରକାର ଓ ପ୍ରଶାସନ ମାନ୍ୟବର ମୁଖ୍ୟମବୀ ଏକ ତୋଗଲକୀ ଭାବନାରେ ଚଲାଉଛନ୍ତି । ଯୋଜନାର ଘୋଷଣା ବିନା ବଜେଟ୍ ରେ ଓ କ୍ରିୟାନ୍ୱୟନ କାଗଜପତ୍ରରେ କରିବାରେ ଓଡିଶା ସରକାର ସିଦ୍ଧହସ୍ତ । ୨୦୧୪ ମସିହାରେ ମୋଦି ସରକାର ଆସିବା ପରେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶକୁ ୩୨ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରାଗଲା । ଏହାଦ୍ୱାରା ରାଜ୍ୟ ସରକାରଙ୍କ ହାତକୁ ତ୍ରୟୋଦ୍ଦଶ ଅର୍ଥ କମିଶନ ତୁଳନାରେ ଚତୁର୍ଦ୍ଦଶ ଅର୍ଥ କମିଶନରେ ୧୬୫ ପ୍ରତିଶତ ଅର୍ଥ ବୃଦ୍ଧି ଘଟିଛି । ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ତୟୋଦଶ ଅର୍ଥ କମିଶନର ସୁପାରିଶ ଠାରୁ ୬୯,୩୧୬ କୋଟି ଟଙ୍କା ମିଳିବାର ବ୍ୟବସ୍ଥା କରାଯିବା ରାଜ୍ୟ ସରକାରଙ୍କୁ ଜଣା ।

ୟୁସି ନଦେଇ ଟଙ୍କା କାହିଁକି ମିଳିଲାନାହିଁ ମୁଖ୍ୟମବୀ ତର୍କ ବାଢିଛନ୍ତି । ମାତ୍ର ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ୍)ରେ କାହିଁକି ଟଙ୍କା ଖର୍ଚ୍ଚ ନହୋଇ ପଡି ରହିଛି , ଏହି ତଥ୍ୟକୁ ମୁଖ୍ୟମବୀ କାହିଁକି ଲୁଚାଇ ରଖିବାକୁ ଚାହୁଁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଭାରତ ସରକାରଙ୍କ ଦକ୍ଷତା ବିକାଶ ପାଇଁ ପ୍ରଦତ ପାଣ୍ଠି କେତେ ଖର୍ଚ୍ଚ ନହୋଇ ପଡିରହିଛି ? ସବୁ ଗରିବ ଘରେ ପାଇଖାନା ଲଗାଇବା ପାଇଁ କେନ୍ଦ୍ରୀୟ ଅର୍ଥ ଉପଲ୨ ଥିବା ସତ୍ୱେ ରାଜ୍ୟର ୨୫ ପ୍ରତିଶତ ଗରିବ ପରିବାରକୁ ପାଇଖାନା ପରିବର୍ତେ ଖୋଲା ଆକାଶ ତଳେ ଶୌଚ ହେବାକୁ ଯିବାକୁ ପଡୁଛି କାହିଁକି ?

ଖୋଦ୍ ମୁଖ୍ୟମବୀଙ୍କ ଗୃହ ଜିଲ୍ଲା ଗଂଜାମରେ ତୟୋଦଶ ଅର୍ଥ କମିଶନ ଅନୁଦାନରେ ବିଦ୍ୟୁତ୍ ଭିତିଭୂମି ବିକାଶ କାମ ଅଗ୍ରଗତି ନହେବା ପଛରେ କାରଣ କଣ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ୟୁଟିଲାଇଜେସନ୍ ସାର୍ଟିଫିକେଟ୍ ନଦେବା କାରଣରୁ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇଥିବା ୯୩.୭୬ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ୨୦୧୪ ମସିହା ଶେଷ ସୁଦ୍ଧା ହାତଛଡା କରିବାକୁ ପଡିଲା । ଆଇସିଡିଏସ୍ କାର୍ୟ୍ୟିକ୍ରମରେ ୨୦୧୧-୧୬ ମଧ୍ୟରେ ବ୍ୟୟ ବରାଦ୍ ଅନୁସାରେ ୧,୨୩୯.୨୩ କୋଟି ଟଙ୍କା ଖର୍ଚ୍ଚ କମ୍ ହେଲା । ରାଜ୍ୟରେ ଯୋଗ୍ୟ ବିବେଚିତ ୩୮.୩୯ ଲକ୍ଷ ଶିଶୁଙ୍କୁ ପୁଷ୍ଟିକର ଆହାର ଯୋଗାଇ ଦେବାକୁ ଥିବା ବେଳେ ସେଥିମଧ୍ୟରୁ ୩.୫୮ ଲକ୍ଷ ଅର୍ଥାତ୍ ମୋଟ୍ ସଂଖ୍ୟାର ୯ ପ୍ରତିଶତ ପିଲାମାନଙ୍କୁ ଯୋଗାଇ ଦିଆଗଲାନାହିଁ ଏପରି ସଙ୍ଗୀନ ଘଟଣା ମୁଖ୍ୟମବୀ କାହିଁକି ଭୁଲିଯାଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

By amfnews

Related Post