Sun. Mar 8th, 2026

ନନ୍ଦନକାନନ ଗେଟ୍‌ରେ ପଡ଼ିଲା ତାଲା

206 Views

ଭୁବନେଶ୍ୱର : ହରିପିସ୍ ଭୂତାଣୁ ସଂକ୍ରମଣରେ ଗତ ମାସକ ମଧ୍ୟରେ ନନ୍ଦନକାନନ ଚିଡ଼ିଆଖାନାରେ ଥିବା ହାତୀଙ୍କ ମଧ୍ୟରୁ ୪ଟି ହାତୀ ଆଖି ବୁଜିଲେଣି । ନନ୍ଦନକାନନ ନିକଟରେ ଥିବା  ଦାରୁଠେଙ୍ଗରେ ଡମ୍ପିଂୟାର୍ଡରୁ ହିଁ ସଂକ୍ରମଣ ବ୍ୟାପୁଥିବାରୁ ଅକାଳରେ ଜୀବଜନ୍ତୁ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତେଣୁ ତୁରନ୍ତ ଏହାକୁ ସ୍ଥାନାନ୍ତରଣ ଦାବି କରି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହା ଦେଖି ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରାଣୀ ଉଦ୍ୟାନ ଗେଟ୍‌ରେ ତାଲା ପକାଇଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।

ଆଜି ସୁର ରାଉତରାୟଙ୍କ ନେତୃତ୍ୱରେ ନନ୍ଦନକାନନ ଗେଟ୍‌ ସମ୍ମୁଖରେ ହୋଇଛି ଜୋରଦାର ଆନ୍ଦୋଳନ । ଶହ ଶହ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି ସୁର।  ତୁରନ୍ତ ଡମ୍ପିଂୟାର୍ଡ ଉଠାଇବା ନିମନ୍ତେ ପଦକ୍ଷେପ ନିଆ ନ ଗଲେ  ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଚନ୍ତି ସୁର। ଆବଶ୍ୟକ ପଡ଼ିଲେ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ମଧ୍ୟ ସେ  କହିଛନ୍ତି।

By amfnews

Related Post