Thu. Mar 12th, 2026

ନନ୍ଦନକାନନରେ ବାଘୁଣୀ ପ୍ରିୟଙ୍କାର ମୃତ୍ୟୁ

200 Views

ଭୁବନେଶ୍ୱର  : ଭୁବନେଶ୍ୱରସ୍ଥିତ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ସୋମବାର ଏକ ବାଘୁଣୀର ମୃତ୍ୟୁ ଘଟିଛି। ମୃତ ବାଘୁଣୀ ନାମ ପ୍ରିୟଙ୍କା ଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ପ୍ରିୟଙ୍କାର ବୟସ ୧୯ବର୍ଷ ୫ମାସ ହୋଇଥିଲା ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରିୟଙ୍କା ଜନ୍ମ ୨୦୦୦ ମସିହାରେ ହୋଇଥିଲା। ପ୍ରିୟଙ୍କା ବାଘୁଣୀର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୬କୁ ହ୍ରାସ ପାଇଛି। ଏବେ ନନ୍ଦନକାନନରେ ୫ଟି ଅଣ୍ଡିରା ଓ ୮ଟି ସାଧାରଣ ମାଈ ବାଘ ଅଛନ୍ତି। ଏମାନଙ୍କ ବ୍ୟତୀତ ଧଳାବାଘ ୪ଟି, ଧଳା ବାଘୁଣୀ ୫ଟି ଓ ୪ଟି କଳା ବାଘ ଅଛନ୍ତି।

ସୂଚନାଯୋଗ୍ୟ, ବାଘୁଣୀ ପ୍ରିୟଙ୍କା ଅସୁସ୍ଥ ଥିବା ହେତୁ ଗତ ଦୁଇବର୍ଷ ହେବ ତାର ନିୟମିତ ଚିକିତ୍ସା ଚାଲିଥିଲା। କିଛିଦିନ ହେବ ତାର ଅବସ୍ଥା ବହୁତ ଶୋଚନୀୟ ହୋଇପଡ଼ିଥିଲା। ଖିଆପିଆ ବି ଛାଡ଼ି ଦେଇଥିଲା। ଗତକାଲି ରାତିିରୁ ପ୍ରିୟଙ୍କାର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା। ସୋମବାର ସକାଳ୧୦ଟା ୩୦ରେ ବାଘୁଣୀ ପ୍ରିୟଙ୍କା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିବାରୁ ତାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବ୍ୟବଚ୍ଛେଦ ପରେ ପ୍ରିୟଙ୍କା ମୃତ୍ୟୁର ପ୍ରକୃତକାରଣ ଜଣାପଡ଼ିବ।

By amfnews

Related Post