Sun. Mar 8th, 2026

ନଦୀକୂଳରେ ମିଳିଲା ୨ ହଜାର ଆଧାର କାର୍ଡ

355 Views

ଚେନ୍ନାଇ : ଆଧାର କାର୍ଡକୁ ତାମିଲନାଡୁର ପ୍ରଶାସନିକ ଦାୟିତ୍ୱହୀନତା ଦେଖିବାକୁ ମିଳଛି। ତାମିଲନାଡୁର ତିରୁବରୁର ଜିଲ୍ଲାରେ ମୁଲ୍ଲିୟାରୁ ନଦୀ କୂଳରେ ୨ ହଜାର ଆଧାର କାର୍ଡ ପଡ଼ିଥିବାର ଦେଖିବାକୁ ମିଳିଥିଲା। ରାଜସ୍ୱ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ଯେଉଁ ଲୋକମାନଙ୍କର ଏସବୁ ଆଧାର କାର୍ଡ ଥିଲା,ଏସବୁ ସେମାନଙ୍କୁ ଦିଆଯିବାର ଥିଲା,କିନ୍ତୁ ସଂପର୍କୀତ ଡ଼ାକଘର-କର୍ତ୍ତୃପକ୍ଷ ଏହାର ବିତରଣ କରି ନଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଏହି ଆଧାର କାର୍ଡଗୁଡିକର ପ୍ରଥମେ ପିଲାମାନେ ନଦୀ କୂଳରେ ଖେଳୁଥିବାର ଦେଖିବାକୁ ମିଳିଥିଲା। ପିଲାମାନେ ଏହି କାର୍ଡଗୁଡିକୁ ଗୋଟିଏ ଅଖାବସ୍ତାରେ ଭର୍ତ୍ତିଥିବାର ଦେଖିବାକୁ ପାଇଥିଲେ। ପରେ ଏ ସଂପର୍କରେ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ରାଜସ୍ୱ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଅଧିକାରୀ କହିଛନ୍ତି ଯେ ଏସବୁ ଆଧାର କାର୍ଡ ପ୍ରାୟ ଦୁଇ ବର୍ଷ ତଳେ ଛପା ହୋଇଥିଲା। ଏହି ଘଟଣା ସଂପର୍କରେ ଅଧିକ ତଦନ୍ତ କରାଯାଉଥିବା ଜଣାଯାଇଛି।

By amfnews

Related Post