Sat. Mar 7th, 2026

ନକ୍ସଲ ବିରୋଧୀ ପୋଷ୍ଟର ଦେଖି ଲୋକେ ଭୟଭୀତ

178 Views

ମୁନିଗୁଡ଼ା : ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକୋଣା ଗାଁର ମୁଖ୍ୟ ରାସ୍ତା ଓ ମୁନିଗୁଡା ଥାନା ଅନ୍ତର୍ଗତ ବୁର୍ଷିଖମ୍ବା ଗାଁର ଯାତ୍ରୀ ବିଶ୍ରାମ ଗୃହ ସମେତ ବିଭିନ୍ନ ସ୍ଥାନରେ ନକ୍ସଲ ବିରୋଧୀ ପୋଷ୍ଟର ଲାଗିଛି। ଡଙ୍ଗରିଆ କନ୍ଧ  ବିକାଶ ମଞ୍ଚ ନାମରେ ଏହି ହାତ ଲେଖା ପୋଷ୍ଟର ମରାଯାଇଛି।

ଏହି ପୋଷ୍ଟରରେ ନିୟମଗିରି ସୁରକ୍ଷା ସମିତି ନାମରେ ନିରୀହ ଡଙ୍ଗରିଆଙ୍କୁ ଠକିବା ବନ୍ଦ କରିବା, ନିୟମଗିରି ଅଞ୍ଚଳରେ ରାସ୍ତାଘାଟ ନିର୍ମାଣ ବନ୍ଦକୁ ବିରୋଧ ,ରାସ୍ତାଘାଟ କାମରେ ନିୟୋଜିତ ଠିକାଦାରଙ୍କଠାରୁ ଅର୍ଥ ଆଦାୟ ବନ୍ଦ କରିବା ,ବିକାଶ ପାଇଁ ଚେଷ୍ଟିତ ଯୁବ ବର୍ଗକୁ ନକ୍ସଲ ନାମରେ ମୃତ୍ୟୁ ଧମକ ଦେବା, ରାସ୍ତା କାମରେ ନିୟୋଜିତ ଗାଡିକୁ ପୋଡ଼ି ଦେବା କାର୍ଯ୍ୟକୁ ବନ୍ଦ କରିବା ପାଇଁ ଆହ୍ୱାନ ଦିଆଯାଇଛି। ଏଥିସହ ନିୟମଗିରି ଭଳି ପଛୁଆ ଅଞ୍ଚଳର ବିକାଶ ପାଇଁ ଡଙ୍ଗରିଆ ବିକାଶ ମଞ୍ଚକୁ ସହଯୋଗ କରିବା ପାଇଁ ଆହ୍ୱାନ ଦିଆଯାଇଛି ।

ତେବେ ବିଭିନ୍ନ ସ୍ଥାନରେ ଏଭଳି  ନକ୍ସଲ ବିରୋଧୀ ପୋଷ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି l

By amfnews

Related Post