Wed. Mar 11th, 2026

ନକ୍ସଲ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ବନ୍ଧା ହେଲେ କନଷ୍ଟେବଲ୍‌

171 Views

ରାୟଗଡ଼ା  : ନକ୍ସଲ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ଜଣେ ଡିଭିଏଫ୍ ପୁଲିସ୍‌ କନଷ୍ଟେବଲ୍‌ ଗିରଫ ହୋଇଛନ୍ତି। ତାଙ୍କ ନାଁ ଜି.ଶ୍ରୀକାନ୍ତ କୁମାର। ଗତକାଲି ବିଷମକଟକ ଥାନା ପୁଲିସ୍‌  ତାଙ୍କୁ ଗିରଫ କରିଛି।

ଜି.ଶ୍ରୀକାନ୍ତ କୁମାର ନିଜକୁ ନକ୍ସଲର ପରିଚୟ ଦେଇ ଜୟପୁର ଅଞ୍ଚଳର ଶବନ କୁମାର ମହାନ୍ତି ନାମକ ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ। ତେବେ ସେ ଜଣେ ଡିଭିଏଫ୍ ପୁଲିସ୍ କନଷ୍ଟେବଲ୍‌ ବୋଲି ଜଣାପଡ଼ିବା ପରେ ଶବନ ବିଷମକଟକ ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ଗୋଟିଏ ନାଇନ୍ ଏମ୍ଏମ୍ ପିସ୍ତଲ, ୨୪ ରାଉଣ୍ଡ ଗୁଳି ସହ ୩ଟି ମୋବାଇଲ୍ ଏବଂ ଗୋଟିଏ ସ୍କୁଟି ଜବତ କରାଯାଇଛି। ଏନେଇ ପ୍ରେସ୍‌ ଇସ୍ତାହାର ମାଧ୍ୟମରେ ରାୟଗଡ଼ା ଏସ୍‌ପି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଶବନ କୁମାର ଜଣେ କଣ୍ଟ୍ରାକ୍ଟର। ସେ ବିଷମକଟକ ଅଞ୍ଚଳରେ ରାସ୍ତା କାମ କରନ୍ତି। ତେବେ ଗତ ୧୮ ତାରିଖ ଦିନ  ଜି.ଶ୍ରୀକାନ୍ତ କୁମାର ମୁଖା ପିନ୍ଧି ବନ୍ଧୁକ ଦେଖାଇ ଶବନଙ୍କ ସୁପରଭାଇଜରଙ୍କୁ ଟଙ୍କା ମାଗିବା ସହ ଧମକ ଚମକ ଦେଇଥିଲେ। ତା’ ସହିତ ଶବନଙ୍କୁ  ଫୋନ୍‌ କରି ଟଙ୍କା ମାଗିଥିଲେ। ଏନେଇ ଶବନ କୁମାର ସେପ୍ଟେମ୍ୱର ୫ ତାରିଖରେ ବିଷମକଟକ ଥାନାରେ ଏତଲା ଦେଇଥିଲେ।

By amfnews

Related Post