Fri. Mar 6th, 2026

ନକ୍ସଲଙ୍କ ହିଂସାରେ ଦୂରଦର୍ଶନରେ କ୍ୟାମେରାମ୍ୟାନ ଭାବେ କାର୍ଯ୍ୟରତ ଓଡ଼ିଆ ଅଚ୍ୟୁତାନନ୍ଦ ସାହୁପ୍ରାଣହରାଇଛନ୍ତି

343 Views

ରାୟପୁର : ଛତିଶଗଡ଼ରେ ମଙ୍ଗଳବାର ନକ୍ସଲଙ୍କ ହିଂସାରେ ଦୂରଦର୍ଶନରେ କ୍ୟାମେରାମ୍ୟାନ ଭାବେ କାର୍ଯ୍ୟରତ ଓଡ଼ିଆ ଅଚ୍ୟୁତାନନ୍ଦ ସାହୁପ୍ରାଣହରାଇଛନ୍ତି ଦିଲ୍ଲୀରେ କାର୍ଯ୍ୟରତ ଅଚ୍ୟୁତାନନ୍ଦ ଦୂରଦର୍ଶନ ଟିମ୍‌ ସହ ଛତିଶଗଡ଼ରେ ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ସମ୍ବାଦ ସଂଗ୍ରହ ଲାଗି ଆସିଥିଲେ। ଏହି ଆକ୍ରମଣରେ ଦୂରଦର୍ଶନର ଅନ୍ୟ ଜଣେ ସାମ୍ବାଦିକ ସୌଭାଗ୍ୟବଶତଃ ବର୍ତ୍ତି ଯାଇଥିବା ବେଳେ ଅନ୍ୟ ଦୁଇ ପୁଲିସକର୍ମୀ ଗୁରୁତର ହୋଇଛନ୍ତି।

ଏହି ଭୟାବହ ଓ ଦୁଃଖଦ ଘଟଣାର ଦୃଶ୍ୟକୁ ନିଜ ଆଖିରେ ଦେଖିଥିଲେ ୩୭ବର୍ଷୀୟ ସାମ୍ବାଦିକ ଧୀରଜ କୁମାର। ବିହାରର ବେଗୁସରାଇର ବାସିନ୍ଦା ଧୀରଜ କୁମାର କହନ୍ତି, ସେ ଦୂରଦର୍ଶନ ତରଫରୁ କଭରେଜ ପାଇଁ ନିଲଓ୍ଵାୟ ଯାଇଥିଲେ। ଏହି ଅଞ୍ଚଳ ସମେଲିର ସିଆରପିଏଫ୍‌ କ୍ୟାମ୍ପରୁ ପାଖାପାଖି ପାଞ୍ଚ କିଲେମିଟରରେ ଦୂରରେ ଥିଲା। ନିଲଓ୍ଵାୟରେ ନୂଆ ହୋଇଥିବା ମତଦାନ କେନ୍ଦ୍ରର କଭରେଜ ପାଇଁ ଯୋଜନା କରୁଥିଲେ, ଯେଉଁଠାରେ ୧୯୯୮ରୁ ଏଯାବତ୍‌ ଲୋକମାନେ ଭୋଟ ଦେଇ ନ ଥିଲେ। ଧୀରଜ ଓ ଅଚ୍ୟୁତାନନ୍ଦଙ୍କ ସହିତ ପାଖାପାଖି ୬ରୁ ଅଧିକ ମୋଟର ସାଇକେଲରେ ସୁରକ୍ଷାକର୍ମୀମାନେ ଥିଲେ। ମାଓବାଦୀଙ୍କ ଗଡ଼ କୁହାଯାଉଥିବା ଏହି ଅଞ୍ଚଳରେ ବିଛା ଯାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରି ନକ୍ସଲମାନେ ଗାଡ଼କୁ ଉଡାଇ ଦିଅନ୍ତି। ସେଥିପାଇଁ ବାଇକ୍‌ରେ ଯିବା ସୁରକ୍ଷିତ ବୋଲି ଧରାଯାଇଥିଲା

ଧୀରଜ କହନ୍ତି, ୧୦ଟା ୨୫ ମିନିଟ୍‌ରେ ଆଗରେ ଯିଏ ବାଇକ୍‌ ଚଳାଉଥିଲେ ସେ ହଠାତ୍‌ ଟଳି ପଡିଥିଲେ। ମୋଟରସାଇକେଲ ପଛରେ ତାଙ୍କର କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁ ଥିଲେ, ତାଙ୍କୁ ବି ଗୁଳି ବାଜିଥିଲା ଫଳରେ ସେ ବି ସେଠି ଟଳି ପଡ଼ିଥିଲେ। ଏସବୁ ଦେଖି ଧୀରଜଙ୍କ ମୋଟରସାଇକେଲ ଉପରୁ ସନ୍ତୁଳନ ହଟି ଯାଇଥିଲା… ଫଳରେ ସୌଭାଗ୍ୟବଶତଃ ସେ ନଳାରେ ଗଳି ପଡ଼ିଥିଲେ। ଏହାପରେ ୪୫ ମିନିଟ୍‌ ପର୍ଯ୍ୟନ୍ତ କେବଳ ଗୁଳିର ଶବ୍ଦ ଶୁଣିବାକୁ ମିଳିଥିଲା। ତାଙ୍କୁ ଲାଗିଥିଲା କି ପାଖାପାଖି ୫୦ଟି ଗୁଳି ତାଙ୍କୁ ମୁଣ୍ଡ ପରି ଦେଇ ଚାଲିଥିଲା। ଏସବୁ ଦୃଶ୍ୟ ଦେଖି ସେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ।

 

By amfnews

Related Post