Fri. Mar 6th, 2026

ନକ୍ସଲଙ୍କ ନୂଆ ରଣନୀତି ‘ଭ୍ରମ’:ବନ୍ଧୁକ ଧରି ଜଗିଛନ୍ତି ପାଳ ଭୂତ

618 Views

ମାଲକାନଗିରି , ନଭେମ୍ବର ୩୦: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେବାକୁ ନକ୍ସଲ ଆପଣାଇଛନ୍ତି ନୂଆ ରଣନୀତି। ନଡ଼ାରେ ତିଆରି କରିଛନ୍ତି ବଡ଼ ବଡ଼ ପିତୁଳା ବା କଣ୍ଢେଇ। ସେଗୁଡ଼ିକୁ ପ୍ୟାଣ୍ଟସ୍ୟାର୍ଟ ପିନ୍ଧାଇ ଦେଇଛନ୍ତି ଏବଂ ଜଙ୍ଗଲର ବିଭିନ୍ନ ସ୍ଥାନରେ ରଖିଛନ୍ତି। କଣ୍ଢେଇଗୁଡ଼ିକୁ ସେମାନେ ଗଛରେ ବାନ୍ଧି ଦେଇଛନ୍ତି। ତା’ସହିତ ସେମାନଙ୍କ ହାତରେ ଧରାଇ ଦେଇଛନ୍ତି ବନ୍ଧୁକର ପ୍ରତିକୃତି, ଯାହା କାଠରେ ତିଆରି। ଏଗୁଡ଼ିକୁ ଆକ୍ରମଣାତ୍ମକ ଢଙ୍ଗରେ ରଖାଯାଇଛି। ହଠାତ୍ ନଜର ପଡ଼ିଗଲେ, ଯେ କହି ବି ଚମକି ପଡ଼ିବ।

naxal2ଛତିଶଗଡ଼ର ସୁକମା ଓ ଦନ୍ତେୱାଡ଼ା ସୀମାରେ ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଜଙ୍ଗଲ ଭିତରୁ ଏଭଳି ୪ଟି କଣ୍ଢେଇ ଜବତ କରାଯାଇଛି।

naxal3ନକ୍ସଲ ଭାବି ସୁରକ୍ଷାକର୍ମୀମାନେ ଏଗୁଡ଼ିକୁ ଆକ୍ରମଣ କରିବାକୁ ଯୋଜନା କଲା ବେଳେ ସେମାନଙ୍କ ଉପରେ ଅଚାନକ ଆକ୍ରମଣ କରିବାକୁ ନକ୍ସଲମାନେ ଏମିତି ଯୋଜନା ପ୍ରସ୍ତୁତ କରିଥିବା ଅନୁମାନ କରାଯାଉଛି।

naxal5ନକ୍ସଲ ସଂଗଠର ନୂଆ ମହାସଚିବ ଭାବେ ଦାୟିତ୍ୱ ନେଇଛନ୍ତି କେଶବ ରାଓ। ବୋମା ଖଞ୍ଜିବାରେ ମାହିର କେଶବ ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିବା ପାଇଁ ଏଭଳି ରଣନୀତି ପ୍ରସ୍ତୁତ କରିଥିବା ସନ୍ଦେହ କରାଯାଉଛି।

naxal00

By amfnews

Related Post