Thu. Jan 23rd, 2025

ନକଲି ମଦ କାରଖାନାକୁ ଧରିଲା ଅବକାରୀ ବିଭାଗ, ୩ ଗିରଫ

By amfnews Aug 4, 2018 #Featured
175 Views

ରାଉରକେଲା, ୪ ।୮  : ରାଉରକେଲା ଅବକାରୀ ବିଭାଗ ଏକ ନକଲି ମଦ ତିଆରି କାରଖାନାକୁ ଧରିଛି । ଏହି ନକଲି କାରଖାନା ଭିତରୁ ବହୁ ପରିମାଣର ନକଲି ବିଦେଶୀ ମଦ ଜବତ କରିଛି । ଏଥିସହ ଖାଲି ବୋତଲ, ଠିପି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।

ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଏହି ନକଲି ମଦ କାରବାର ଜଲଦା ଏ’ ବ୍ଲକ ଅଞ୍ଚଳରେ ଚାଲିଥିବା ଅବକାରୀ ବିଭାଗ ଠାବ କରିଛି । ଅବକାରୀ ବିଭାଗ ଅଧିକାରୀମାନେ ଜଲଦା ଇ ବ୍ଲକର ଅନୀଲ କୁମାର ସାହୁ, ଜଲଦା ଏ ବ୍ଲକର ବଳଭଦ୍ର ପାତ୍ର ଓ ଶତ୍ରୁଘ୍ନ ପଶାୟତ ଘରେ ଚଢଉ କରିଥିଲେ ।

ଏହି ଅଭିଯୁକ୍ତମାନେ କଲିକତାରୁ ଠିପି, କର୍କ, ଲେବୁଲ କିଣି ବେଆଇନ ଭାବେ ମଦ ତିଆରି କରି ସହରର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ । ବଜାରରେ ଏହି ମଦ ବୋତଲଗୁଡ଼ିକୁ ପ୍ରାୟ ୩୦ ରୁ ୫୦ଟଙ୍କା କମ୍ ଦାମରେ ବିଭିନ୍ନ ଗ୍ରାହକ ଓ ବସ୍ତିତଳି ଅଞ୍ଚଳରେ ବିକ୍ରି କରୁଥିଲେ । ଚଢ଼ଉ ସମୟରେ ୧୩୪ଟି ଖାଲି ବୋତନ, ବହୁ ପରିମାଣର ବୋତଲ ଠିପି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା ।

ଏହି ଚଢ଼ଉ ବେଳେ ଅବକାରୀ ବିଭାଗର ଅଧିକାରୀ ଏସ୍.କେ. ଧଳସାମନ୍ତ, ଏମ.କେ ସେଠୀ, ଏସ୍.କେ. ରାଉତ, ଏନ୍. ଜେନା, ପି. ଚୌଧୁରୀଙ୍କ ସହ ବହୁ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ ।

By amfnews

Related Post