Thu. Dec 26th, 2024

ନକଲି ଫେସ୍ବୁକ ଏକାଉଣ୍ଟରେ ମହିଳାଙ୍କ ଅଶ୍ଳୀଳ ଫଟୋ ପୋଷ୍ଟକରି ଯୁବକ ଗିରଫ

rklsanchar@gmail.com' By J.N. Pradhan Aug 9, 2018 #Featured
208 Views

ରାଉରକେଲା, ୯ା୮ : ଫେସବୁକରେ ନକଲି ଏକାଉଣ୍ଟ ଖୋଲି ଜନୈକା ମହିଳାଙ୍କ ବିଭିନ୍ନ ଅଶ୍ଲୀଳ ଫଟୋ ଓ ଅଶ୍ଳୀଳ ମେସେଜ ପୋଷ୍ଟ କରିବା ଅଭିଯୋଗରେ ଜଣେ ଯୁବକକୁ ସାଇବର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ତାର ଜାମିନ ଖାରଜ ହୋଇଯିବାରୁ ସେ ଜେଲ୍ ଯାଇଛି । ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ କାଞ୍ଜିଆପାଳ ଗାଁର ହେମନ୍ତ ପରିବାର ସହ ବେଦବ୍ୟାସର ସ’ମିଲ୍ ଛକରେ ରହେ । ସେଠାରେ ହେମନ୍ତର ଏକ ସେଲୁନ ଦୋକାନ ଅଛି ।

ତା’ ପୁଅ ଶୁଭକାନ୍ତ ଏକ ମଦ ଦୋକାନରେ ସେଲ୍ସମ୍ୟାନ ଭାବେ କାମ କରେ । ଶୁଭକାନ୍ତ ମାଟ୍ରିକ୍ ଫେଲ୍ ହୋଇମଧ୍ୟ ଫେସ୍ବୁକ ସମେତ ଅନ୍ୟାନ୍ୟ ସୋସିଆଲ ମିଡିଆ ଅପରେଟ କରିବାରେ ମାଷ୍ଟର ଥିଲା । କୋଏଲନଗରର ଜନୈକା ମହିଳାଙ୍କ ସହ ଫେସ୍ବୁକରେ ତାର ବନ୍ଧୁତା ହୋଇଥିଲା । ଏହା ପରେ ସମ୍ପୃକ୍ତ ମହିଳା ଓ ଶୁଭକାନ୍ତ ମଧ୍ୟରେ ସମ୍ପର୍କ ନିବିଡ ହୋଇଥିଲା ।

ଏହାର ସୁଯୋଗ ନେଇ ଶୁଭ ମହିଳାଙ୍କ ନିକଟକୁ ବିଭିନ୍ନ ଆପତ୍ତିଜନକ ଫଟୋ, ଅଶ୍ଳୀନ ମେସେଜ ଓ ଭିଡିଓ ପଠାଇଥିଲା । ଏଥିରେ ମହିଳା ଜଣକ ରାଗିଯାଇ ତାକୁ ଗାଳି କରିବା ସହ ଶୁଭକୁ ବ୍ଲକ୍ କରିଦେଇଥିଲେ । ଚତୁର ଶୁଭ ଭିନ୍ନ ଏକ ନକଲି ଫେସ୍ବୁକ୍ ଏକାଉଣ୍ଟ ସୁଜାତା ନାମରେ ଖୋଲି ସମ୍ପୃକ୍ତ ମହିଳାଙ୍କୁ ଆପତ୍ତିଜନକ ଫଟୋ ଓ ମେସେଜ ସମେତ ଭିଡିଓ କ୍ଲିପ୍ମାନ ପଠାଇଥିଲା ।

ଏଭଳିକି ଭିଡିଓ କଲିଂ କରି ଉଲଗ୍ନ ହେବା ଓ ତା’ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲା । ମୋ’ କଥାରେ ରାଜି ନ ହେଲେ ତମର ଉଲଗ୍ନ ଫଟୋ ସବୁ ସୋସିଆଲ ମିଡିଆରେ ଛାଡି ଦେବ ବୋଲି ଧମକ ମଧ୍ୟ ଦେଇଥିଲା । ଏସବୁ ଜାଣିବା ପରେ ମହିଳା ଜଣକ ସାଇବର ଥାନାରେ ଏତଲା ଦେଇଥିଲେ । ପୁଲିସ୍ ୨୯୨, ୪୬୫, ୪୬୯, ୫୦୯ ଆଇପିସି ଏବଂ ଆର୍/ଡବ୍ଲ୍ୟୁ ୬୬ (ସି)/୬୭ ଆଇଟି ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ଥାନା ଅଧିକାରୀ ସେରୋଫିନା ଖେସ୍, ସେକେଣ୍ଡ ଅଫିସର ବୁଲୁ ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ପ୍ରାୟ ଦୁଇ ମାସର ତଦନ୍ତ ପରେ ହେମନ୍ତ ଏସବୁର ମାଷ୍ଟର ମାଇଣ୍ଡ ବୋଲି ସୂଚନା ପାଇଥିଲୋ ।

ପୁଲିସ୍ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ନକଲି ଫେସ୍ବୁସ ଏକାଉଣ୍ଟ ଖୋଲି ଅପରାଧ ଘଟଣାରେ ଅପରାଧି ଧରାପଡିବା ରାଉରକେଲା ସାଇବର ଥାନାର ଏହା ପ୍ରଥମ କେସ୍ ବୋଲି ସୂଚନା ମିଳିଛି । (ଫଟୋ ଯାଇଛି)

Related Post