Sun. Mar 8th, 2026

ନଓ୍ଵାଜ୍‌ ସରିଫ୍‌ଙ୍କ ବିପକ୍ଷରେ ରାୟ ଦେବା ପାଇଁ ପାକିସ୍ତାନ ବିଚାରପତିଙ୍କୁ ‘ବ୍ଲାକ୍‌ମେଲ୍‌’ କରାଯାଇଥିଲା: ମରିୟମ୍‌

228 Views

ଲାହୋର  : ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନଓ୍ଵାଜ୍‌ର ନେତ୍ରୀ ମରିୟମ୍‌ ନଓ୍ଵାଜ୍‌ ଶନିବାର ଦିନ ରିଲିଜ୍‌ କରିଥିବା ଗୋଟାଏ ଭିଡିଓ କ୍ଲିପ୍‌ରେ ଆକାଉଣ୍ଟିବିଲିଟି କୋର୍ଟର ଜଣେ ବିଚାରପତି ଆତ୍ମଗୋପନକାରୀ ଶକ୍ତିଙ୍କ ଚାପରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବୋଲି ସ୍ୱୀକାର କରୁଥିବା ଦେଖାଯାଉଛି।

ଆୟୋଜି ସାମ୍ବାଦିକ ସମ୍ମିଳନୀରେ ଜେଲଦଣ୍ଡ ଭୋଗୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫଙ୍କ କନ୍ୟା ମରିୟମ୍‌ କହିଲେ ତାଙ୍କ ପିତାଙ୍କ ସମଗ୍ର ଅଦାଲତ ପ୍ରକ୍ରିୟା ସହ ସାଲିସ କରାଯାଇଛି। ୬୯ ବର୍ଷିୟ ସରିଫ୍‌ ଡିସେମ୍ବର ୨୪, ୨୦୧୮ ଠାରୁ ଲାହୋରସ୍ଥିତ କେଟ୍‌ ଲାଖପତ ଜେଲ୍‌ରେ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଭୋଗୁଛନ୍ତି। ପାନାମା ପେପର୍‌ ମାମଲାରେ ତାଙ୍କ ନାମରେ ଜୁଲାଇ ୧୯, ୨୦୧୭ରେ ମାମଲା ରୁଜୁ କରାଯାଇଥିଲା। ଭିଡିଓରେ ଦେଖାଯାଉଛି ଇସ୍‌ଲାମାବାଦସ୍ଥିତ ଆକାଉଣ୍ଟାବିଲିଟି କୋର୍ଟର ବିଚାରପତି ମହମ୍ମଦ୍‌ ଅର୍ଶାଦ୍‌ ମଲିକ ପିଏମ୍‌ଏଲ୍‌-ଏନ୍‌ ସମର୍ଥକ ନାସିର ବଟ୍ଟଙ୍କ ସହ କଥାବାର୍ତ୍ତା ସମୟରେ ଏହା ସ୍ୱୀକାର କରୁଛନ୍ତି।

ସେ କହିଛନ୍ତି, ମୋ ଅବିବେକୀ। ଏଇ ଭୁଲ୍‌ କାମ ଯୋଗୁଁ ମୁଁ ଶାନ୍ତିରେ ଶୋଇ ପାରୁ ନାହିଁ। ମରିୟମ୍‌ କହିଛନ୍ତି ଏ ଭିଡିଓରେ ପ୍ରକୃତ କଥା କୁହାଯିବା ପରେ ତାଙ୍କ ବାପାଙ୍କୁ ଆଉ ଜେଲ୍‌ରେ ରଖା ନ ଯିବା ଉଚିତ। ସରିଫଙ୍କ ଜାମିନ ପାଇଁ ଇସ୍‌ଲାମାବାଦ ହାଇକୋର୍ଟରେ ସେ ଏହି ଭିଡିଓକୁ ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି।

By amfnews

Related Post