Sat. Mar 7th, 2026

ନଅ ବର୍ଷର ନାବାଳିକା ସହ ଦୁଷ୍କର୍ମ କଲା ଏଚଆଇଭି ପୀଡ଼ିତ ଟେଲର୍‌

365 Views

ସୁରାଟ : ଗୁଜରାଟର ସୁରାଟରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ଜଣେ ନଅ ବର୍ଷର ନାବାଳିକା ସହିତ ଦୁଷ୍କର୍ମ କରିଥିଲା। ଅଭିଯୁକ୍ତ ଜଣେ ଟେଲର୍‌। ସେ ନାବାଳିକାକୁ ଡ୍ରେସର ମାପ ଦେବା ଲାଗି ଡାକିଥିଲା ତା’ପରେ ଦୁଷ୍କର୍ମ କରିଥିଲା। ଅଭିଯୁକ୍ତଜଣକ ବିବାହିତା ଅଟନ୍ତି ।ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ତା’ ବିରୁଦ୍ଧରେ ପୋସ୍କୋ ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ସବୁଠାରୁ ଚାଞ୍ଚଲ୍ୟକର ତଥ୍ୟ ହେଲା ଅଭିଯୁକ୍ତ ଟେଲର ଜଣେ ଏଚ ଆଇ ଭି ପଜିଟିଭ୍‌ ବ୍ୟକ୍ତି। ତା’ର ଦୁଇଟି ସନ୍ତାନ ଅଛନ୍ତି। ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଏହାକୁ ନେଇ ଚିନ୍ତିତ ଅଛନ୍ତି ଯେ କା’ଳେ ତାଙ୍କ ଝିଅଟି ଏଚ ଆଇ ଭି ପୀଡ଼ିତା ହୋଇଯିବ। ଦୁଷ୍କର୍ମର ଶିକାର କରିବାପରେ ଅଭିଯୁକ୍ତ ପୀଡ଼ିତାକୁ କାହାରିକୁ କହିଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା।

ଏହାପରେ ପୀଡ଼ିତା ଚୁପ୍‌ ରହିଥିଲା। କିନ୍ତୁ ଗତକାଲି ସ୍କୁଲରୁ ଫେରିବାପରେ ମାଆ ଆଗରେ ସେ କାନ୍ଦି କାନ୍ଦି ସବୁ କଥା କହିଥିଲା। ତା’ପରେ ପୀଡ଼ିତା ପରିବାର ଥାନାରେ ଏତଲା ଦେଲେ।ଦୋକାନ ବନ୍ଦ କରି ପଳାଇବାକୁ ଉଦ୍ୟମ କରୁଥିବାବେଳେ ଦୁଷ୍କର୍ମକାରୀ ଟେଲରକୁ ଗିରଫ କରିଥିଲା ପୁଲିସ।

By amfnews

Related Post