Sun. Mar 8th, 2026

ନଅ ବର୍ଷର ନାବାଳକସହ ଦୁଷ୍କର୍ମ ଅଭିଯୋଗରେ ୩୬ ବର୍ଷୀୟା ମହିଳା ଗିରଫ

481 Views

ମାଲାପୁରମ୍‌: ଜଣେ ୩୬ ବର୍ଷୀୟା ମହିଳା ଜଣେ ନଅ ବର୍ଷର ନାବାଳକ ସହ ଦୁଷ୍କର୍ମ କରି ଗିରଫ ହୋଇଥିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଥେପ୍ପାଲାମ୍‌ ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ ସପ୍ତାହରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା। ସେହି ନାବାଳକ ସହିତ ମହିଳା ଜଣକ ପ୍ରାୟ ଛଅ ମାସ ହେବ ଦୁଷ୍କର୍ମ କରିଆସୁଥିଲେ। ଏହାଫଳରେ ନାବାଳକର ମାନସିକ ସ୍ୱାସ୍ଥ୍ୟରେ ଅବନତି ପରିଲକ୍ଷିତ ହୋଇଥିଲା। ଅଭିଯୁକ୍ତ ମହିଳାଜଣକ ହେଉଛନ୍ତି ନାବାଳକର ମାଈଁ। ମାଈଁ ତାଙ୍କ ଘର ପାଖରେ ରହନ୍ତି।

ଏହି ଘଟଣା ପ୍ରଘଟ ହେବା ପରେ ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଥିବା ଜଣାଯାଇଛି। ଏହି ମାମଲାରେ ମାଲା ପୁରମର ଚାଇଲଡ୍‌ ଲାଇନ୍‌ ହସ୍ତକ୍ଷେପ କରିଥିଲା। ତାପରେ ଘଟଣା ସାମ୍ନାକୁ ଆସିଥିଲା। ପୁଲିସ ସବ୍‌ଇନସ୍ପେକ୍ଟର ବିନୁ ଥୋମାସଙ୍କ ସୂଚନା ଅନୁଯାୟୀ ଉଭୟ ପରିବାର ମଧ୍ୟ ପୂର୍ବରୁ ଶତ୍ରୁତା ଥିଲା। କିନ୍ତୁ ଏହି ବିବାଦ ସହିତ ମହିଳାଙ୍କର ନାବାଳକ ସହିତ ଦୁଷ୍କର୍ମ ଘଟଣାର କିଛି ସଂଯୋଗ ରହିଛି କି ନା, ତା’ର ତଦନ୍ତ କରୁଛି ପୁଲିସ।

By amfnews

Related Post