ଚାଷୀଙ୍କ ରଣହୁଙ୍କାରରେ ସରକାର ଭୟଭୀତ । ବିଧାନସଭା ଓ ସଚିବାଳୟ ସମେତ ସହରର ସମସ୍ତ ପ୍ରବେଶ ପଥ ସମ୍ମୁଖରେ ସୁରକ୍ଷାକ କଡାକଡି । ଭୁବନେଶ୍ୱରକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ଦୁଇପାର୍ଶ୍ୱରେ ହଜାର ହଜାର ଚାଷୀଙ୍କୁ ରୋକିଛି ପୋଲିସ । ସରକାରଙ୍କ ପ୍ରତାରଣା ଠାରୁ ବଳିଯାଇଛି ପୋଲିସର ଜୁଲମ୍ । ତେବେ ହକ୍ ପାଇଁ ଧାରଣା ଦେଇ ବସିଛନ୍ତି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ଚାଷୀ । ଏସବୁ ମଧ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ।
ପ୍ରାଇସ, ପେଷ୍ଟିଜ ଓ ପେନସନ କଥା କହି ଓଡିଶାର ଚାଷୀଙ୍କୁ ପଛରେ ରଖି ନେତା ବନିଥିଲେ ସୌମ୍ୟରଞ୍ଜନ । ଚାଷୀଙ୍କୁ ବୋକାବନାଇବା ପାଇଁ ବିଜେଡି ଦଳ ସୌମ୍ୟରଞ୍ଜନଙ୍କୁ ରାଜ୍ୟସଭାର ଲୋଭ ଦେଖାଇ ତାଙ୍କ ଦଳକୁ ନେବାରେ ସମର୍ଥ ହେବାସହ ସାଂସଦ ମଧ୍ୟ କରିଥିଲେ । ତେବେ ରାଜ୍ୟସଭାକୁ ଯିବାପରେ ଯେଉଁମାନଙ୍କ ଶକ୍ତିରେ ସେ ଏତେବାଟ ଆଗେଇଲେ ସେମାନଙ୍କୁ ଭୁଲିଗଲେ ବୋଲି ଚାଷୀମାନେ ଖୋଲାଖୋଲି ଭାବେ ଅଭିଯୋଗ କରିଛନ୍ତି । ସେପଟେ ରାଜ୍ୟ ସରକାର ବାରମ୍ବାର ପ୍ରତିଶୃତି ଦେଇଥିବା ବେଳେ ଯେପରି ଭାବେ ପ୍ରତାରଣା କରୁଛନ୍ତି ଏହାର ଉଚିତ ଜବାବ ଦିଆଯିବ ବୋଲି ଚାଷୀମାନଙ୍କ ପକ୍ଷରୁ ପ୍ରକାଶ କରାଯାଇଛି ।
ଚାଷୀମାନଙ୍କ ପାଇଁ ସବୁବେଳେ କଥା କହୁଥିବା ନିଜକୁ ଚାଷୀ ନେତା ବୋଲାଉଥିବା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭୂମିକାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ଠିଆ ହୋଇଛି ।