Sat. Mar 7th, 2026

ଧାରଣା ଉପରେ ବସିଥିବା ଚାରି ଇଞ୍ଜିନିୟରିଙ୍ଗ୍‌ ଛାତ୍ରଙ୍କ ଉପରେ ଚଢ଼ିଗଲା ରେଳଗାଡ଼ି

130 Views

ଚେନ୍ନାଇ: ବୁଧବାର ବିଳମ୍ବିତ ରାତ୍ରୀରେ ତାମିଲନାଡୁର କୋଇମ୍ବାଟୁର୍‌ରେ ଧାରଣା ଉପରେ ବସିଥିବା ଚାରିଜଣ ଇଞ୍ଜିୟରିଙ୍ଗ୍‌ ଛାତ୍ରଙ୍କ ଉପରେ ରେଳଗାଡ଼ି ମାଡିଯାଇଥିବା କଥା ପୁଲିସ କହିଛି।

ମଦ ପିଇବାକୁ ଛାତ୍ରମାନେ ରେଳ ଧାରଣା ଉପରକୁ ଆସିଥିଲେ ବୋଲି ପୁଲିସର ସନ୍ଦେହ ହେଉଛି। ଘଟଣାର ତଦନ୍ତକାରୀ ଅଧିକାରୀ କହିଛନ୍ତି: ଧାରଣା ନିକଟରୁ ମଦ ବୋତଲ ଏବଂ ପ୍ଲାଷ୍ଟିକ୍‌ କପ୍‌ ପଡ଼ିଥିବାରୁ, ଛାତ୍ରମାନେ ମଦ ପିଇବାକୁ ଆସିଥିଲେ ବୋଲି ଆମର ସନ୍ଦେହ ହେଉଛି।

ଚେନ୍ନାଇ-ଅଲାପ୍ପୁଝା ଏକ୍ସପ୍ରେସ୍‌ ଅତିକ୍ରମ କରୁଥିବା ବେଳେ କୋଇମ୍ବାଟୁର୍‌ ଅନ୍ତର୍ଗତ ସୁଲୁର୍‌ ନିକଟବର୍ତ୍ତୀ ରାଓଥର ପଲାମ ରେଳ ଓଭର୍‌ବ୍ରିଜ୍‌ ଉପରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ବାସିନ୍ଦାମାନେ ଏ ସଂକ୍ରାନ୍ତରେ ପୁଲିସକୁ ସୂଚନା ଦେଇଥିଲେ।

ରେଳବାଇ ପୁଲିସ କହିଛି: ବୋଥାନୁର ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାରିଜଣଙ୍କ ଶବ ଉଠାଇବା ସହ ଆହତ ହୋଇଥିବା ଅନ୍ୟ ଜଣେ ଛାତ୍ରଙ୍କୁ ମଧ୍ୟ ଉଦ୍ଧାର କରିଛି।

ମୃତ ଛାତ୍ରମାନେ ହେଉଛନ୍ତି ୨୨ ବର୍ଷିୟ ଡି ସିଦ୍ଦିକି ରାଜା, ୨୦ ବର୍ଷିୟ ରାଜସେକର, ୨୩ ବର୍ଷିୟ ଏମ୍‌ ଗୌତମ ଏବଂ ୨୪ ବର୍ଷିୟ କୃପାସ୍ୱାମୀ। ସେମାନେ କୋଇମ୍ବାଟୁର୍‌ର ଗୋଟାଏ ଘରୋଇ ଇଞ୍ଜିନିୟରିଙ୍ଗ୍‌ କଲେଜର ଛାତ୍ର ଏବଂ ସେମାନଙ୍କ ଘର କୋଡ଼ାଇକାନାଲ୍‌, ତେନି ଏବଂ ବିରୁତୁନଗର ଜିଲ୍ଲାରେ।

By amfnews

Related Post