Sat. Mar 7th, 2026

ଧରାପଡ଼ିଲା କୁଖ୍ୟାତ ଏରାଗୋଲା ଗ୍ୟାଙ୍ଗ୍‌

196 Views

ଖଣ୍ଡଗିରି , ନଭେମ୍ବର ୨୭: କମିସନରେଟ ପୁଲିସର ସ୍ପୋସଲ୍‌ ସ୍କ୍ବାଡ ଆଜି ପୁଣି ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। ଗତକିଛି ଦିନ ତଳେ ଖଣ୍ଡଗିରି ଥାନା ଅଧୀନ ଘାଟିକିଆ ଅଞ୍ଚଳରେ ଥିବା ଏକ ଔଷଧ ଦୋକନୀଙ୍କୁ ଆକ୍ରମଣ କରି ଲୁଟପାଟ ଉଦ୍ୟମ କରିଥିଲେ। ଏହି ଘଟଣାର ତଦନ୍ତ କରିବାକୁ ଡିସିପି ଅନୁପ ସାହୁ ସ୍ପେସାଲ ସ୍କ୍ବାଡ୍‌କୁ ଦାୟିତ୍ବ ଦେଇଥିଲେ। ସ୍ପେସାଲ ସ୍କ୍ବାଡ୍‌ ଏସିପି ସଂଜୀବ ଶତପଥୀ ଓ ଖଣ୍ଡଗିରି ଥାନା ଇନ୍‌ସପେକ୍ଟର ହିମାଂଶୁ ସ୍ବାଇଁ ଏହି ଲୁଟେରା ଗ୍ୟାଙ୍ଗର ପଛରେ ପଡ଼ିଥିଲେ।

ସେମାନେ ହେଲେ ଯାଜପୁର ଅକରାପଡ଼ାର ଶିବ ଦାସ(୪୦), ଟୁନା ଦାସ(୨୩), ଲକନ ଓରଫ୍ ରାଜୁ ଦାସ(୨୨) ଓ ଗଞ୍ଜାମ କୋଦଳା ରେଂଜର ବଙ୍ଗଳାର ପି ରାଜା(୧୯)। ୫ ଜଣିଆ ଏହି ଗ୍ୟାଙ୍ଗ୍‌ରେ ଜଣେ ନାବାଳକ ରହିଛି। ଏମାନଙ୍କଠାରୁ ନଗଦ ୪୦ ହଜାର ଟଙ୍କା ୨୫ଟି ମୋବାଇଲ୍‌ ଫୋନ୍‌ ସେଟ୍‌, ୩ଟି ବାଇକ୍‌ ଡିକି ଭଙ୍ଗା ଯନ୍ତ୍ର ଓ ୨ଟି ବାଇକ୍‌ ଜବତ କରାଯାଇଛି।

ଭରତପୁରରେ ଡେରା ପକାଇଥିଲା ଗ୍ୟାଙ୍ଗ୍‌
ମୁଖିଆ ଶିବ ଦାସର ଏହି ଗ୍ୟାଙ୍ଗ୍‌ ଗତ ଦୁଇ ଦିନ ହେଲା ଭରତପୁରରେ ଡେରା ପକାଇଥିବା ଖବର ପାଇ ସ୍ପେସାଲ୍‌ ସ୍କ୍ବାଡ୍‌ ମୁଖ୍ୟ ଏସିପି ସଂଜୀବ ଶତପଥୀ ଖଣ୍ଡଗିରି ଥାନା ଆଇଆଇସି ହିମାଂଶୁ ଭୂଷଣ ସ୍ବାଇଁଙ୍କ ସହ ‌ମିଶି ‌ସେମାନଙ୍କୁ ଗିରଫ କରିବା ପାଇଁ ଯୋଜନା କରିଥିଲେ। ରବିବାର ରାତି ପ୍ରାୟ ୨ଟା‌ ବେଳେ ଭରତପୁରରେ ଚଢ଼ଉ କରି ଏମାନଙ୍କୁ ଏକାଠି ଗିରଫ କରାଯାଇଥିଲା।

ଏସିପି ଶ୍ରୀ ଶତପଥୀଙ୍କ ସୂଚନାନୁସାରେ ଶିବ ଦାସ ଗ୍ୟାଙ୍ଗ୍‌କୁ ଠାବ କରିବା ପାଇଁ ଗତ କିଛି ଦିନ ହେଲା ସ୍ପେସାଲ ସ୍କ୍ବାଡ୍‌ ଟ୍ରାକିଂରେ ଥିଲା ଓ ଏମାନେ ରାଜଧାନୀରେ ପହଞ୍ଚିବା ଜଣାପଡ଼ିବା ପରେ ପୁଲିସ ଜାଲ ବିଛାଇଥିଲା। ଲୁଟ୍‌ ତରିକା

ଏହି ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ ହେଉଛି ଶିବ ଦାସ। ବିଶେଷକରି ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଲୋକଙ୍କୁ ଟାର୍ଗେଟ୍‌ କରି ଏହି ଗ୍ୟାଙ୍ଗ୍‌ ଲୁଟ୍‌ କରିବାକୁ ଯୋଜନା କରେ। ବାଟରୁ ଛଡ଼ାଇକରି ହେଉ ବା ଗାଡ଼ିର ଡିକି ଭାଙ୍ଗି ଏମାନେ ବ୍ୟାଙ୍କ ଉପଭୋକ୍ତାଙ୍କୁ ଲୁଟ୍‌ କରନ୍ତି। ବଜାର ଭିଡ଼ରେ ଡିକି ଭାଙ୍ଗିବାକୁ ନାବାଳକକୁ ଏମାନେ ବ୍ୟବହାର କରନ୍ତି। ନାବାଳକ ଜଣଙ୍କ ଡିକି ଭାଙ୍ଗି ଟଙ୍କା ବ୍ୟାଗ୍‌ ଉଠାଇବା ପରେ ଏମାନେ ନିଜ ଗାଡ଼ିରେ ତାକୁ ଉଠାଇ ଫେରାର୍ ହୋଇଯାଆନ୍ତି।

By amfnews

Related Post