ଧାମନଗର, ୩୧/୦୭/୨୦୧୮: ଧାମନଗର ଥାନା ଅନ୍ତର୍ଗତ ଦହିପୁର ତାଳଶିଖା ଗାଁ ରେ ଝିଅକୁ ବାନ୍ଧି ମା କୁ ଶିଳୁପତା ରେ ଛେଚି ହତ୍ୟା କରିବା ଘଟଣା ନୂଆ ମୋଡ଼ ନେଇଛି । ଘଟଣା ସମ୍ପର୍କରେ ମିଳିଥିବା ତାଜା ସୂଚନା ଅନୁସାରେ ଦହିପୁର ତାଳଶତଖା ଗାଁ ର ରବିନ୍ଦ୍ର ବେହୁରିଆ ଜଣେ ବଢ଼େଇ ମିସ୍ତ୍ରୀ । ତାଙ୍କ ର ଗୋଟିଏ ଝିଅ ଓ ପତ୍ନୀ ଅଛନ୍ତି । ସେହିଗାଁ ର ଗୋପିନାଥ ମହାନ୍ତି ଓରଫ ବାବୁଆ ମହାନ୍ତିଙ୍କୁ ସେ ପୁଅ କରିଥିଲେ । ବାବୁଆ ମହାନ୍ତି ଗାଁ ରେ ନଥିଲା । ସେ ଗାଁ କୁ ଆସିଲେ ତାଙ୍କ ନିଜ ଘରେ ନରହି ଧରମବାପା ରବିନ୍ଦ୍ର ଙ୍କ ଘରେ ରହେ ଓ ଖାଏ । ରବିବାର ରବିନ୍ଦ୍ର କାମ ପାଇଁ ଗାଁ ବାହାରେ ଥିବାବେଳେ ରାତିରେ ବାବୁଆ ରବିନ୍ଦ୍ରଙ୍କ ଗାଡ଼ି, ମୋବାଇଲ ଓ ପର୍ସ ନେଇ ରବିନ୍ଦ୍ରଙ୍କ ଘରେ ପହଂଚି ରବିନ୍ଦ୍ରଙ୍କ ମୋବାଇଲ ଫୋନ୍ ରୁ ରବିନ୍ଦ୍ରଙ୍କ ପତ୍ନୀ ଭକ୍ତିଲତା ବେହୁରିଆକୁ ଫୋନ୍ କରି କବାଟ ଖୋଲିବାକୁ କହିଥିଲା । ସ୍ୱାମୀର ମୋବାଇଲ ରୁ ଧରମ ପୁଅ ଫୋନ କରିଥିବାରୁ ସ୍ୱାମୀ ଓ ଧରମ ପୁଅ ଆସିଥିବା ଭାବି ସେ କବାଟ ଖୋଲିଥିଲେ । ତେବେ ବାବୁଆ ଝିଅକୁ ବାନ୍ଧିପକାଇ ଭକ୍ତିଲତାଙ୍କୁ ଏକ ଶିଳୁପତାରେ ଛେଚି ମାରି ଫେରାର ହୋଇଯାଇଥିଲା ।
ପରେ ଭକ୍ତିଲତାକୁ ଗ୍ରାମବାସୀ ଭଦ୍ରକ ମେଡ଼ିକାଲକୁ ନେଇଥିଲେ କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ସୋମବାର ଧାମନଗର ପୋଲିସ୍ ସାଇଂଟିଫିକ୍ ଟିମ୍ ସହ ତଦନ୍ତ ଆରମ୍ଭ କରିଥିଲା । ଝିଅକୁ ବାନ୍ଧି ଦୁଷ୍କର୍ମ ପରେ ମା କୁ ହତ୍ୟା କରାଯାଇଥିବା ସନ୍ଦେହ ହୋଇଥିଲା । ତେବେ ସମ୍ପୃକ୍ତ ବାବୁଆ ଫେରାର ଥିବା ସହିତ ରବିନ୍ଦ୍ର ବେହୁରିଆଙ୍କ ନିଖୋଜ ସନ୍ଦେହକୁ ବଢ଼ାଇ ଦେଇଥିଲା । ତେବେ ତାଜା ସୂଚନା ଅନୁସାରେ ଅଭିଯୁକ୍ତ ଧରମ ପୁଅ ବାବୁଆ କୁ ଧାମନଗର ପୋଲିସ ଭୁବନେଶ୍ୱରରୁ ଗିରଫ କରିଛି । ସେ ରବିନ୍ଦ୍ର ଙ୍କୁ ହତ୍ୟା କରି ଚନ୍ଦ୍ରପୁର ପୋଲ ନିକଟରେ ଲୁଚାଇ ରଖିଥିବା ସ୍ୱିକାର କରିବା ସହିତ ୨ ଲକ୍ଷ ଟଙ୍କା ପାଇଁ ସ୍ୱାମୀ ଓ ସ୍ତ୍ରୀ (ଧରମ ବାପା ଓ ଧରମ ମା ) ଙ୍କୁ ହତ୍ୟା କରିଥିବା ମଧ୍ୟ ସ୍ୱିକାର କରିଛି । ରବିନ୍ଦ୍ର ଙ୍କ ମୃତ ଦେହ ଠାବ କରାଯାଇନାହିଁ । ଅନ୍ୟପକ୍ଷରେ ଝିଅକୁ ଦୁଷ୍କର୍ମ କରାଯାଇଛି କି ନା ମେଡ଼ିକାଲ ରିପୋର୍ଟ ଆସିଲେ ତାହା ଜଣାପଡ଼ିବ ।