Fri. Mar 6th, 2026

ଧଉଳୀ-କଳିଙ୍ଗ ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ସମିଶ୍ରଣ ସପ୍ତବର୍ଣ୍ଣା ସହିତ ସମରକଳା ନୃତ୍ୟରେ ଦର୍ଶକ ବିଭୋର

467 Views

ଧଉଳୀ – ୦୭.୦୨.୨୦୧୬ – ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟଭିଜନର ମିଳିତ ଉଦ୍ୟମରେ ଆୟୋଜିତ ୧୨ତମ ଧଉଳୀ କଳିଙ୍ଗ ମହୋତ୍ସବର ଆଜିଥିଲା ଦ୍ବିତୀୟ ସଂଧ୍ୟା । ଐତିହାସିକ ଧଉଳୀ ପାହାଡ଼ର ପାଦଦେଶରେ ଗୋଟୀପୁଅ ନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ସମିଶ୍ରଣ ସପ୍ତବର୍ଣ୍ଣା ସହିତ ସମରକଳା ନୃତ୍ୟ ସଙ୍ଗୀତରେ ଆଜି ଚଳଚଞ୍ଚଳ । ଶହ ଶହ ଦର୍ଶକ ଉପସ୍ଥିତ ରହି ଶୀତୁଆ ସଂଧ୍ୟାରେ ଏହାକୁ ଉପଭୋଗ କରିଥିଲେ ।

????????????????????????????????????

ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ବୁଦ୍ଧଙ୍କ ବାଣୀରେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର କୁନି କୁନି ପିଲାଙ୍କୁ ନେଇ ଗୋଟୀପୁଅ ନୃତ୍ୟ ପରେ ପରେ ଭାରତର ସୁପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ସମିଶ୍ରଣ ସପ୍ତବର୍ଣ୍ଣ । ଇନ୍ଦ୍ରଧନୁର ସାତଟି ରଙ୍ଗ ଭଳି ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ସାତ ସ୍ବରକୁ ଗୋଟିଏ ଅଞ୍ଚରେ ପରିବେଷଣ କରିଥିଲେ ଶିଳ୍ପୀମାନେ ଯାହାର ପରିକଳ୍ପନା ଓ ପରିଚାଳନା କରିଥିଲେ ଗୁରୁ ଅରୁଣା ମହାନ୍ତି । ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ମଧ୍ୟରେ ଥିଲା ପ୍ରୀତି ପଟେଲ ଓ ସାଥୀଙ୍କ ଦ୍ବାରା ମଣିପୁରି ନୃତ୍ୟ, ଅରୁଣା ମହାନ୍ତିଙ୍କ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ, ପରସ୍ବାନ୍ତ ଉପାଧ୍ୟାୟ ଓ ସାଥୀଙ୍କ ଦ୍ବାରା ଭାରତନାଟ୍ୟମ୍, ସନ୍ଦିପ ମଲ୍ଲୀକ ଓ ସାଥୀଙ୍କ ଦ୍ବାରା କଥକ ନୃତ୍ୟ, ଇମୋଚା ସିଂହ ଓ ସାଥୀଙ୍କ ଦ୍ବାରା ସମରକଳା ନୃତ୍ୟ ଥାଙ୍ଗ ତା, ମୋମ ଗାଙ୍ଗୁଲୀ ଓ ସାଥୀଙ୍କ ଦ୍ବାରା ମୋହିନୀଆଟମ୍ ଏବଂ ଗୁରୁ ରାମହରି ଦାସଙ୍କ ଦ୍ବାରା ଓଡ଼ିଶୀ ସଙ୍ଗୀତ ଓ ଗୁରୁ ଧନେସ୍ବର ସ୍ବାଇଁଙ୍କ ଦ୍ବାରା ମର୍ଦଳ ବାଦନ । ଏହି ସପ୍ତବର୍ଣ୍ଣ ନୃତ୍ୟକୁ ଦର୍ଶକ ମନୋଭରି ଉପଭୋଗ କରିଥିଲେ । ଶେଷରେ ସମରକଳା ନୃତ୍ୟ ପର୍ଯ୍ୟାୟରେ ମେଦିନାପୁରରୁ ଆସିଥିବା ସରାଭୁଜା ଡ଼୍ୟାନ୍ସ ଥ୍ୟାଟରର କଳାକାରଙ୍କ ଦ୍ବାରା ପଶ୍ଚିମ ବଙ୍ଗର ପ୍ରସିଦ୍ଧ ସମରକଳା ନୃତ୍ୟ ରାଇବେନ୍ସ ପରିବେଷଣ କରିଥିଲେ ।

 

????????????????????????????????????
????????????????????????????????????

ସଂଧ୍ୟାର ଅତିଥିମାନେ ଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଡ଼. ପ୍ରୀୟମ୍ବଦା ମହାନ୍ତି ହେଜମାଦୀ, ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଡ଼.ସୁବାସ ପାଣି, ଉନ୍ନୟନ କମିଶନର ଶ୍ରୀଯୁକ୍ତ ଆର. ବାଲକ୍ରୀର୍ଷ୍ଣ, ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଏସ୍.ପି.ଠାକୁର, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସମ୍ପାଦକ ଗୁରୁ ଅରୁଣା ମହାନ୍ତି ଏବଂ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଆର୍ଟା ଭିଜନର ସମ୍ପାଦକ ଗୁରୁ ଇଲିୟାନା ସିତାରିଷ୍ଟ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସିନ୍ଧୁ ବ୍ରାଉନ୍ ଓ ଇଂ ଶ୍ରୀନିବାସ ଘଟୁଆରୀ ।

By amfnews

Related Post