Thu. Jan 23rd, 2025

ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ ପାଇଁ ବାୟୁସେନା ୧୦ ଦିନ ମଧ୍ୟରେ ଏଭଳି କରିଥିଲା ପ୍ରସ୍ତୁତି

By amfnews Feb 26, 2019 #Featured
237 Views

ନୂଆଦିଲ୍ଲୀ, ଫେବୃଆରୀ ୨୬  :ପୁଲୱାମା ଆକ୍ରମଣର ଭାରତ ପାକିସ୍ତାନକୁ କଡା ଯବାବ ଦେଇଛି । ଜୈଶ-ଏ-ମହମ୍ମଦର ଆତଙ୍କୀ କ୍ୟାମ୍ପ ନିକଟରେ ବମ ବର୍ଷା କରିଛି । ଭାରତର ୧୨ ମିରାଜ ବିମାନ ସମୁଦାୟ ୧୦୦୦ କିଲୋରୁ ଅଧିକ ବମ ବର୍ଷାଇ ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କରି ଦେଇଛି । କିନ୍ତୁ ଏହା ସବୁ ଅଚାନକ ହୋଇ ନାହିଁ । ପୁଲୱାମା ଆକ୍ରମଣ ପରେ ବାୟୁସେନା କହିଥିଲା କି, ସେମାନେ ଚୁପ୍ ବସିବେ ନାହିଁ । ଭାରତୀୟ ବାୟୁସେନାର ଅଧ୍ୟକ୍ଷ ବିଏସ ଧନୋଆ ଆକାଶ ମାର୍ଗରୁ ଆକ୍ରମଣ କରିବା ପାଇଁ ସବୁଜ ସଙ୍କେତ ଦେଇଥିଲା ।

ଏଥିପାଇଁ ବାୟୁସେନା ୧୦ ଦିନ ଧରି ପ୍ରସ୍ତୁତି କରିଥିଲା ।

୧୬ ରୁ ୨୦ ଫେବୃଆରୀ- ଭାରତୀୟ ବାୟୁସେନା ଏବଂ ସ୍ଥଳ ସେନା ମିଶି ଡ୍ରୋନ ଜରିଆରେ ଏଲଓସିରେ ସର୍ବେକ୍ଷଣ କରିଥିଲେ ।

୨୧ଫେବୃଆରୀ – ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶକ ଅଜିତ ଡୋଭାଲ ଆକାଶ ମାର୍ଗରୁ ଆକ୍ରମଣ କରିବା ପାଇଁ ସୂଚନା ଦେଲେ ।

୨୨ଫେବୃଆରୀ – ବାୟୁସେନାର  ଏକ ସ୍କ୍ୱାର୍ଡନ ଟାଇଗର୍ସ ଏବଂ ସାତ ସ୍କ୍ୱାର୍ଡନ ବ୍ୟାଟେଲ ଏକ୍ସେଜକୁ ସକ୍ରିୟ କରାଯାଇଛି । ଦୁଇ ମିରାଜ ସ୍କ୍ୱାର୍ଡନ ୧୨ ବିମାନକୁ ମିଶନ ପାଇଁ ଚୟନ କରାଗଲା ।

୨୪ ଫେବୃଆରୀ – ମଧ୍ୟଭାରତରେ ପରୀକ୍ଷଣ କରାଗଲା ।

୨୬ ଫେବୃଆରୀ – ସାଢେ ତିନିଟାରେ ଭାରତୀୟ ବାୟୁସେନାକୁ ମାରକ ମିରାଜ ବିମାନ ପାକିସ୍ତାନ ଅଧୀକୃତ କାଶ୍ମୀରରେ ପଶି ୧୨ ଆତଙ୍କୀ ଠିକଣା ସ୍ଥଳରେ ଧ୍ୱଂସ କରିଦିଆଗଲା ।

By amfnews

Related Post