214 Views
ନୂଆଦିଲ୍ଲୀ, ଫେବୃଆରୀ ୧୭ : ପୁଲୱାମା ଆକ୍ରମଣ ପରେ ଭାରତର ଲୋକଙ୍କ ମନରେ ପାକିସ୍ଥାନ ପ୍ରତି କ୍ଷୁବ୍ଧ ଭାବ ଆସିଛି । ସାଧାରଣ ଜନତା ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବା ପାଇଁ ଦାବି କରୁଛନ୍ତି । ଭାରତ ଆଉ ଥରେ ସର୍ଜିକାଲ ଷ୍ଟ୍ରାଇକ କରୁ କୁହାଯାଉଛି । ତେବେ ବାରତ ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ କରିବା ଭୟରେ ଏବେ ପାକିସ୍ତାନ ଏଲଓସି ନିକଟରେ ଥିବା ସମସ୍ତ ଆତଙ୍କୀ ଠିକଣାକୁ ଖାଲି କରି ସାରିଲାଣି ଏବଂ ସେଠାରେ ଥିବା କିଛି ଆତଙ୍କୀ ଠିକଣାରେ ସେନା କ୍ୟାମ୍ପ ରଖାଯିବା ବ୍ୟବସ୍ଥା କରୁଛି ।
ମୋଦୀ ସରକାରଙ୍କ କହିବା ଅନୁଯାୟୀ, ସୈନ୍ୟବାହିନୀକୁ ଆତଙ୍କୀ ସଙ୍ଗଠନ ଜୈଶ–ଏ-ମହମ୍ମଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ରହିଛି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନୀ ସେନା ଏହି ନିଷ୍ପତି ନେଇଛି । କାଶ୍ମୀରର ଉଚ୍ଚ ସ୍ତରୀୟ ଗୁପ୍ତ ସୂଚନା ଅନୁଯାୟୀ, ଫ୍ରଂଟିୟରରେ କୌଣସୀ ଆର୍ଟିଲାରୀ ମୁଭମେଂଟ କରାଯାଉ ନାହିଁ । ଆଜି ଆମ ନିକଟରେ ଏଲଓସିରେ ବିମାନ ଆକ୍ରମଣ କରିବାର କୋଣସୀ ଲକ୍ଷ୍ୟ ନାହିଁ ।
ଗୁପ୍ତ ସୂଚନା ଅନୁଯାୟୀ, ପାକିସ୍ତାନୀ ଆତଙ୍କୀ ଆକ୍ରମଣର ଜବାବ ଦେବା ପାଇଁ କାର୍ଯ୍ୟାନୁଷ୍ଠାନ ନେବାର ସମ୍ଭାବନା ରହିଛି । ଏହି କାରଣରୁ ପାକିସ୍ତାନ ଏଥର ଶୀତ ପୋଷ୍ଟ ଖାଲି କରି ନାହିଁ । ପାଖାପାଖି ୫୦ରୁ ୬୦ ଶୀତ ପୋଷ୍ଟକୁ ଖାଲି କରାଯାଇ ପାକିସ୍ତାନରେ ନୂତନ ପିଲାଙ୍କୁ ଭର୍ତି କରାଯାଉଥିଲା । ଏଥିରୁ ସ୍ପଷ୍ଟ ଜଣା ପଡୁଛି କି ପାକିସ୍ତାନ ଏବେ ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକୁ ନେଇ ଆତଙ୍କିତ ଅଛି ।