Mon. Dec 23rd, 2024

ଦ୍ୱିତୀୟ ଦିନରେ ପଶ୍ଚିମ ଓଡ଼ିଶାରେ ମହାବନ୍ଦ, ୫ ଜିଲ୍ଲାବାସୀ ପ୍ରଭାବିତ

By amfnews Nov 30, 2018 #Featured
304 Views

ସମ୍ବଲପୁର, ନଭେମ୍ବର ୩୦: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଗତକାଲିଠାରୁ ପଶ୍ଚିମ ଓଡିଶାରେ ଦୁଇଦିନିଆ ମହାବନ୍ଦ ଆନ୍ଦୋଳନ ଜାରି ରହିଛି । ଦ୍ୱିତୀୟ ଦିନରେ ମଧ୍ୟ ଓକିଲ ସଂଘ ବିକ୍ଷୋଭ କରୁଛି । ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାରେ ମହାବନ୍ଦ ପାଳନ କରାଯାଉଛି ।

ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ବନ୍ଦରେ ସାମିଲ ହୋଇ ନାହାଁନ୍ତି । ଜରୁରୀ କାଳୀନ ସେବାକୁ ଛାଡି ସ୍କୁଲ କଲେଜ , ଶିକ୍ଷାନୁଷ୍ଠାନ , ବ୍ୟବସାୟୀକ ପ୍ରତିଷ୍ଠାନ ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଏହା ଦ୍ୱାରା ପଶ୍ଟିମ ଓଡିଶା ଏକ ପ୍ରକାର ଠପ ହୋଇଯାଇଛି ।

ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ଧରି ଓକିଲ ସଂଘ ଆନ୍ଦୋଳନ କରି ଆସୁଥିଲେ । ଗତକାଲିଠାରୁ ୪୮ ଘଣ୍ଟିଆ ମହାବନ୍ଦ ଡାକରା ଦିଆଯାଇଛି । ବନ୍ଦ ଫଳରେ ବାଣିଜ୍ୟିକ ପରିବହନ, ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏହାକୁ ଅନ୍ୟ ସଂଗଠନ ଗୁଡ଼ିକ ମଧ୍ୟ ସମର୍ଥନ ଜଣାଇଛନ୍ତି । ଆଜି ସକାଳେ ୯ଟି ଯାତ୍ରୀବାହୀ ଟ୍ରେନ ଓ ୨ ମାଲବାହୀ ଟ୍ରେନକୁ ଅଟକ ରଖାଯାଇଥିଲା । ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ, ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସ, ସିକନ୍ଦରାବାଦ ହମସଫର ଏକ୍ସପ୍ରେସ, ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି, ଜମୁତଇ, ସମ୍ବଲପୁର-ନାନ୍ଦେର  ଟ୍ରେନ୍ ଅଟକି ରହିଥିଲେ । ଟ୍ରେନ ଗୁଡ଼ିକୁ ବାତିଲ ହୋଇଛି ।

By amfnews

Related Post