Sun. Apr 20th, 2025

ଦ୍ୱାଦଶ ପ୍ରାଦେଶିକ ମହାସଭାକୁ ସଫଳ କରିବା ପାଇଁ ଚିନ୍ତନ ବୈଠକ

By amfnews Oct 7, 2018 #Featured
156 Views

ରାଉରକେଲା, ୭ା୧୦ : ସେକ୍ଟର-୪ ହିଲ୍ଭ୍ୟୁ ଠାରେ ରାଉରକେଲା ମଧୁବୈଶୟ (ଗୁଡିଆ) ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ନିଖିଳ ଉକ୍ରଳ ମଧୁବୈଶ୍ୟ ସମାଜର ଏକ ଚିନ୍ତନ ବୈଠକ ସମାଜ ସଭାପତି ସୁରେନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିସହ ଆଗାମୀ ଡିସେମ୍ବର ୨୫ ଓ ୨୬ ତାରିଖ ଦୁଇଦିନ ଧରି କଟକସ୍ଥିତ ଐତିହାସିକ ବାରବାଟୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଦ୍ୱାଦଶ ପ୍ରାଦେଶିକ ମହାସଭା ଉପରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା ।

ଚିନ୍ତନ ବୈଠକରେ ଏହାକୁ ସଫଳତାର ସହ ସମ୍ପନ୍ନ କରାଯିବାକୁ ତଥା ଗୁଡିଆ ସମାଜର ଉନ୍ନତି ପାଇଁ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ବୈଠକରେ ଅତିଥି ଭାବେ ନିଖିଳ ଉକ୍ରଳ ମଧୁବୈଶୟ ସମାଜର ରାଜ୍ୟ ଉପସଭାପତି ସୁନୀଲ କୁମାର ସାହୁ, ଯୁବ ସଙ୍ଗଠନ ସଭାପତି ବିନୋଦ କୁମାର ସାହୁ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, ଯୁଗ୍ମ ସମ୍ପାଦକ ଭୀମସେନ ସାହୁ, ହୃଷିକେଶ ସାହୁ, ମହାସଭା ସ୍ମରଣିକା କମିଟି ସମ୍ପାଦକ ଦିଲ୍ଲୀପ କୁମାର ସାହୁ, ରାଜ୍ୟ ସମ୍ପାଦକ କୈଳାସ ଚନ୍ଦ୍ର ସାହୁ ତଥା ରାଉରକେଲା ମଧୁବୈଶ୍ୟ (ଗୁଡିଆ) ସମାଜର ଉପସଭାପତି ଅର୍ଜୁନ ଚରଣ ସାହୁ, ସାଧାରଣ ସମ୍ପାଦକ ଧରଣୀଧର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ ।

ସମାଜର ମୁଖ୍ୟ ଉପଦେଷ୍ଟା ଭୀମସେନ ସାହୁ, ପୂର୍ବତନ ସଭାପତି ପଦ୍ମଲୋଚନ ସାହୁ, ଉପସଭାପତି ଧର୍ମାନନ୍ଦ ପୃଷ୍ଟି, ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ସାହୁ ଓ ପ୍ରଦୀପ କୁମାର ସାହୁ, ଜଗବନ୍ଧୁ ସାହୁ, ସହକୋଷାଧ୍ୟକ୍ଷ ଉଦୟନାଥ ସାହୁ, ବରିଷ୍ଠ ସଦସ୍ୟ କୃଷ୍ଣ ଚନ୍ଦ୍ର ସାହୁ, ସରୋଜ କୁମାର ସାହୁ, ଜୟନ୍ତ କୁମାର ସାହୁ, ବିଶ୍ୱଜିତ ପୃଷ୍ଟି, ଶୁକଦେବ ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଈଶ୍ୱର ଚନ୍ଦ୍ର ସାହୁ, ପ୍ରକାଶ ସାହୁ, ଅଜୟ କୁମାର ସାହୁ, ରଞ୍ଜନ ସାହୁ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ । ସୁନ୍ଦରଗଡ ଜିଲାର ରାଉରକେଲା ସହରରୁ ଗୁଡିଆ ପରିବା ସମୂହ ମହାସଭାରେ ପ୍ରତିନିଧିତ୍ୱ କରି ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ ସହ ସର୍ବସମ୍ମତିକ୍ରମେ ମତ ପ୍ରକାଶ ପାଇଥିଲା ।

By amfnews

Related Post