Fri. Mar 6th, 2026

ଦୋକାନ ଖୋଲିବାକୁ କେନ୍ଦ୍ର ସରକାରଙ୍କ ଅନୁମତି

248 Views

ନୂଆଦିଲ୍ଲୀ: ଶୁକ୍ରବାର ବିଳମ୍ବିତ ରାତ୍ରୀରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସସର୍ତ୍ତ କେତେକ ସ୍ଥାନୀୟ ଏବଂ ଛାଡ଼ି ଅଲଗା ହୋଇ ଥିବା ‌ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। ସର୍ତ୍ତ ହେଉଛି ଦୋକାନର କର୍ମଚାରୀ ସଂଖ୍ୟା ୫୦% କମ୍ ରହିବ। ସମସ୍ତେ ମାସ୍କ ପିନ୍ଧିବେ ଓ ଲୌକିକ ଦୂରତା ବଜାୟ ରଖିବେ।

କେଉଁ ଦୋକାନ ସବୁ ଖୋଲା ଯାଇପାରିବ:

ମହାନଗର ନିଗମ ଓ ପୌରାଞ୍ଚଳ ବାହାରେ ଅବସ୍ଥିତ ସମସ୍ତ ଆବାସିକ ପରିସର ଓ ମାର୍କେଟ୍ କମ୍ପ୍ଲେକ୍ସ୍‌ରେ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ‘ଦୋକାନ ଏବଂ ପ୍ରତିଷ୍ଠାନ ଆଇନ’ ଅଧୀନରେ ପଞ୍ଜିକୃତ ସମସ୍ତ ଦୋକାନ।

ସହର ମଧ୍ୟରେ କେବଳ ଅନ୍ୟମାନଙ୍କ ଠାରୁ ଛାଡ଼ି ଅଲଗା ହୋଇ ଥିବା ଦୋକାନ ଏବଂ ଆବାସିକ ଦୋକାନ।

ଆବାସିକ ଅଞ୍ଚଳ ଏବଂ ଆଞ୍ଚଳିକ ବଜାରରେ ଥିବା ସମସ୍ତ ଦୋକାନ।

ମାର୍କେଟ୍ କମ୍ପ୍ଲେକ୍ସ୍ ମଧ୍ୟରେ ନ ଥିବା ସେଲୁନ୍‌ ଓ ପାର୍ଲର୍।

ଆବାସିକ ପରିସରରେ ଦୂରଛଡ଼ା ହୋଇଥିବା ଦରଜୀ ଦୋକାନ।

ସହରାଞ୍ଚଳର ଆବାସିକ ଅଞ୍ଚଳରେ ଥିବା ଦୋକାନ ଏବଂ ଦୂରଛଡ଼ା ହୋଇ ରହିଥିବା ଦୋକାନଗୁଡ଼ିକରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରାଯାଇ ପାରିବ

କେଉଁ ଦୋକାନ ଖୋଲିବ ନାହିଁ:

ମଲ୍ ଏବଂ ସିନେମା ହଲ୍।

ଗୋଟିଏ କମ୍ପ୍ଲେକ୍ସ୍‌ରେ ଗୁଚ୍ଛ ହୋଇ ରହିଥିବା ଅନେକ ଦୋକାନ।

ସପିଙ୍ଗ୍ କମ୍ପ୍ଲେକ୍ସ୍, ମଲ୍‌ଟି ବ୍ରାଣ୍ଡ୍ ଏବଂ ସିଙ୍ଗଲ୍ ବ୍ରାଣ୍ଡ୍‌ ମଲ୍, ମଲ୍‌ରେ ଥିବା ବାଟିକ୍।

ମଦ ଦୋକାନ।

By amfnews

Related Post