Sat. Mar 7th, 2026
314 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୧ : ଦେଶର ପଶୁମାନଙ୍କର ଆଧାର ନମ୍ବର ଦେବା କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ମେଣ୍ଢା, ଛେଳି ଏବଂ ଘୁଷୁରୀକୁ ମଧ୍ୟ ‘ପଶୁ ଆଧାର’ ଯୋଜନାରେ ସାମିଲ କରିବା ନେଇ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଯାହା ଦ୍ୱାରା ବର୍ତ୍ତମାନ ଦେଶରେ 53.5 କୋଟି ପ୍ରାଣୀ 12 ଅଙ୍କ ବିଶିଷ୍ଟ ଆଧାର କାର୍ଡ ପାଇବେ |

ପଶୁ ଏବଂ ରୋଗର ଚିହ୍ନଟ ନିଶ୍ଚିତ ହେବା ସହ ଏଥିରୁ ପଶୁ ମାନଙ୍କୁ ଅନେକ ଲାଭ ମିଳିବ ବୋଲି ସରକାର ସୂଚନା ଦେଇ କହିଛନ୍ତି | ଆଧାର ସଂଖ୍ୟାରେ 53.5 କୋଟି ପ୍ରାଣୀ ଯୋଡି ହେବା ପରେ ଭାରତରେ ପଶୁମାନଙ୍କର ସର୍ବ ବୃହତ ଡାଟାବେସ୍ ରହିବ | ଏହି ଡାଟାବେସରେ ପଶୁ ପ୍ରଜାତି, ଦୁଗ୍ଧ ଉତ୍ପାଦନ, କୃତ୍ରିମ ପ୍ରଜନନ ଟୀକାକରଣ ଏବଂ ପୁଷ୍ଟିକର ସମ୍ବନ୍ଧୀୟ ସମସ୍ତ ସୂଚନା ରହିବ |

ସୂଚନାଯୋଗ୍ୟ ଯେ, ଲୋକସଭା ସାଂସଦ ବିନୋଦ କୁମାର ସୋନକର, ଭୋଲା ସିଂ, ସଂଗୀତା କୁମାରୀ ସିଂଦେଓ, ସୁକାନ୍ତ ମଜୁମଦାର, ଜୟନ୍ତ କୁମାର ରାୟ, ରାଜ ଅମରଶ୍ୱର ନାୟକ ରବିବାର ଦିନ ଲୋକସଭାରେ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରୀଙ୍କୁ ପଚାରିଥିଲେ ଯେ ସରକାର ଆନ୍ତର୍ଜାତୀୟ ସଂଗଠନ ସହ ପରାମର୍ଶ କରି ଏଭଳି ଯୋଜନା ଆରମ୍ଭ କରିଛନ୍ତି କି ? ପଶୁମାନଙ୍କର 12-ଅଙ୍କ ବିଶିଷ୍ଟ ସ୍ୱତନ୍ତ୍ର ପରିଚୟ ନମ୍ବର (UID) ଦେବା ପାଇଁ କାର୍ଯ୍ୟ କେବେ ଶେଷ ହେବ ? ତେବେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଭାଗୀୟ ମନ୍ତ୍ରୀ ସଂସଦରେ ଏହି ସୂଚନା ପ୍ରଦାନ କରିଛନ୍ତି।

By amfnews

Related Post