ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟ ବିଧାନସଭା ମାନଙ୍କରେ ଥିବା ବିଧାୟକ ମାନଙ୍କର ବାର୍ଷିକ ହାରାହାରି ଆୟ ହେଉଛି ୨୪. ୫୯ ଲକ୍ଷ। ତେବେ, ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ବିଧାୟକମାନେ ହେଉଛନ୍ତି ଏମାନଙ୍କ ମଧ୍ୟରେ ସବୁଠାରୁ ଧନୀ। ଏମାନଙ୍କର ବାର୍ଷିକ ହାରାହାରି ଆୟ ହେଉଛି ୮୯.୯ ଲକ୍ଷ। ସେହିପରି ସ୍ନାତକ ଓ ସ୍ନାତକୋତ୍ତର ପାସ୍ କରିଥିବା ବିଧାୟକ ମାନଙ୍କର ବାର୍ଷିକ ହାରାହାରି ଆୟ ହେଉଛି ୧୯.୮ ଲକ୍ଷ। ‘ଶ୍ରୀ ଅକ୍ଷର ବିବର୍ଜିିତ’ ଅର୍ଥାତ୍ ଅପାଠୁଆ ବିଧାୟକ ମାନଙ୍କର ବାର୍ଷିକ ହାରାହାରି ଆୟ ହେଉଛି ୯.୩ ଲକ୍ଷ। ଦେଶର ବିଧାୟକମାନଙ୍କ ମଧ୍ୟରେ କର୍ଣ୍ଣାଟକର ୨୦୩ ବିଧାୟକ ହେଉଛନ୍ତି, ଦେଶର ସବୁଠାରୁ ଧନୀ ବିଧାୟକ। ଏମାନଙ୍କର ବାର୍ଷିକ ହାରାହାରି ଆୟ ହେଉଛି ୧.୧ କୋଟି। ଦେଶର ପୂର୍ବାଞ୍ଚଳ ବିଧାୟକ ମାନଙ୍କର ଆୟ ସବୁଠାରୁ କମ୍। ଦେଶର ପୂର୍ବାଞ୍ଚଳରେ ଥିବା ୬୧୪ ବିଧାୟକଙ୍କର ବାର୍ଷିକ ହାରାହାରି ଆୟ ହେଉଛି ୮. ୫ ଲକ୍ଷ। ଇଲେକ୍ସନ୍ ଓ୍ଵାଚ୍ ପକ୍ଷରୁ ଆଜି ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହି ତଥ୍ୟ ସାମନାକୁ ଆସିଛି।
165 Views