Sat. Jan 4th, 2025

ଦେଶର ପ୍ରଧାନ ବିଚାରପତି, ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର, ସିବିଆଇ ନିର୍ଦେଶକ ଓ ସିଏଜି ଗୋଟିଏ କଲେଜର ଇତିହାସ ଛାତ୍ର

By amfnews Dec 17, 2018 #Featured
94 Views

ନୂଆଦିଲ୍ଲୀ, ଡିସେମ୍ବର ୧୭ : ଦେଶରେ ଏବେ ଏକ ବିରଳ ସଂଯୋଗ ଦେଖାଦେଇଛି। ୧୮୮୧ ମସିହାରେ ସ୍ଥାପିତ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜର ୪ ଜଣ ଇତିହାସ ବିଭାଗର ଛାତ୍ର ବର୍ତ୍ତମାନ ଦେଶର ୪ଟି ପ୍ରମୁଖ ସାମ୍ବିଧାନିକ ଅନୁଷ୍ଠାନର ମୁଖ୍ୟଭାବେ କାର୍ଯ୍ୟ କରୁଛନ୍ତି। କେବଳ ସେତିକି ନୁହେଁ, ସେହି କଲେଜର ଆଉ ଜଣେ ଅର୍ଥନୀତି ବିଭାଗର ଛାତ୍ର ମଧ୍ୟ ଦେଶର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବିରେ ରହି ଦେଶର ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଦେଶର ପ୍ରଧାନ ବିଚାର ପତି ଜଷ୍ଟିସ ରଞ୍ଜନ ଗୋଗୋଇ । ଜଷ୍ଟିସ ଗୋଗୋଇ ଦିଲ୍ଲୀର ଏହି ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ସେହିପରି ରିଜର୍ଭ ବ୍ୟାଙ୍କର ଜଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ସେହି ଇତିହାସରେ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସରେ ଡିଗ୍ରୀ ହାସଲ କରିଥିବା ବେଳେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସରେ ସ୍ନତକୋତ୍ତେର ଡିଗ୍ରି ହାସଲ କରିଥିଲେ। ସେହିପରି କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ( ସି ଏ ଜି) ରାଜୀବ ମହର୍ଷି ମଧ୍ୟ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସରେ ଡିଗ୍ରୀ ହାସଲ କରିଛନ୍ତି। ଏହି ୪ ଜଣ ଇତିହାସରେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଡିଗ୍ରି ହାସଲ କରିଥିବା ବେଳେ ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ମଧ୍ୟ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଅର୍ଥନୀତିରେ ଡିଗ୍ରି ହାସଲ କରିଛନ୍ତି।

By amfnews

Related Post