238 Views

୨୦୧୬ ମସିହାରେ ୭୭୩ ର୍ୟାଙ୍କ୍ରେ ଆସିବା ପରେ ତାଙ୍କୁ ରେଳବାଇ ସେବାରେ ଚାକିରି ଆବଣ୍ଟନ କରାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଟ୍ରେନିଂ ସମୟରେ ରେଳବାଇ ମନ୍ତ୍ରାଳୟ ତାଙ୍କୁ ଚାକିରି ଦେବାକୁ ମନା କରି ଦେଇଥିଲା। ୨୦୧୭ ମସିହାରେ ପୁଣି ଥରେ ପରୀକ୍ଷା ଦେଇ ୧୨୪ ର୍ୟାଙ୍କ୍ରେ ଆସିବା ପରେ ପ୍ରାଞ୍ଜଳ କେରଳର ଏର୍ଣ୍ଣାକୁଲମରେ ଉପ ଜିଲ୍ଲାପାଳ ଭାବେ ନୁଯୁକ୍ତି ପାଇଥିଲେ। ପ୍ରାଞ୍ଜଳ ନିଜ ସଫଳତାର ଶ୍ରେୟ ମାତାପିତାଙ୍କ ସହ ନିଜ ସ୍ୱାମୀଙ୍କୁ ଦେଇଥିଲେ।