Wed. Mar 11th, 2026

‘ଦେଶର ଅଭିବୃଦ୍ଧି ହାର କମିଛି, ଭାରତ ଏବେ ବି ଦ୍ରୁତ ବିକାଶଶୀଳ ଦେଶ’

185 Views

ଓ୍ୱାଶିଂଟନ  : ଦେଶର ଆର୍ଥିକ ସ୍ଥିତିକୁ ନେଇ ଆଇଏମଏଫ୍ (ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡ) ଓ ଅନ୍ୟାନ୍ୟ ଆର୍ଥିକ ସର୍ଭେ ସଂସ୍ଥା ଉଦବେଗ ପ୍ରକାଶ କରିସାରିଛନ୍ତି। ହେଲେ ଏବେ ବି ବିଶ୍ୱରେ ସବୁଠାରୁ ଅଧିକ ବିକଶିତ ଦେଶମାନଙ୍କ ମଧ୍ୟରେ ଭାରତ ଆଗରେ ରହିଛି। ଗତକାଲି ଆମେରିକାରେ ବିଶ୍ୱ ବ୍ୟାଙ୍କ ଏବଂ ଆଇଏମଏଫର ବାର୍ଷିକ ବୈଠକ ବସିଥିଲା। ଏହି ଅବସରରେ ଆମେରିକା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ଗଣମାଧ୍ୟମକୁ ଏହା କହିଛନ୍ତି।

ନିକଟରେ ଆଇଏମଏଫ ଭାରତ ଏବଂ ଚାଇନାର ଅଭିବୃଦ୍ଧି ହାର ଚଳିତବର୍ଷ ୬.୧ ପ୍ରତିଶତ ରହିବ ବୋଲି ଆକଳନ କରିଛି। ଅଭିବୃଦ୍ଧି ହାର ସମାନ ରହିଲେ ମଧ୍ୟ ଭାରତ ଚାଇନାର ଅର୍ଥନୀତିକୁ ତୁଳନା କରୁନାହିଁ ବୋଲି ସେ କହିଛନ୍ତି। ଚଳିତ ସପ୍ତାହରେ ଆଇଏମଏଫ ଭାରତର ଅଭିବୃଦ୍ଧି ହାର ବାବଦରେ ରିପୋର୍ଟ ପ୍ରକାଶ କରିଥିଲା। ଯେଉଁଥିରେ ଉଲ୍ଲେଖ ରହିଛି, ଭାରତ ଚଳିତ ଆର୍ଥିକ ବର୍ଷ (୨୦୧୯-୨୦)ରେ ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିବ। ଏହାର ପରବର୍ତ୍ତୀ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ପାଖାପାଖି ୭ ପ୍ରତିଶତ ରହିବ। ୨୦୧୮-୧୯ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬.୮ ଥିଲା। ଏହାସତ୍ତ୍ୱେ ବି ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ବିକାଶଶୀଳ ଦେଶ ବୋଲି ସୀତାରମଣ କହିଛନ୍ତି। ଦେଶର ଅର୍ଥବ୍ୟବସ୍ଥା ଆହୁରି କିଭଳି ଦୌଡ଼ିବ ସେ ବାବଦରେ ସମସ୍ତ ପଦକ୍ଷେପ ନେବେ ବୋଲି ସୀତାରମଣ କହିଛନ୍ତି।

By amfnews

Related Post