Sun. Nov 3rd, 2024

ଦେଶରେ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ବଢିଛି, ଦୈନିକ 87ଟି ବଳାତ୍କାର ମାମଲା ରୁଜୁ

By amfnews Oct 2, 2020 #Featured
109 Views

ନୂଆଦିଲ୍ଲୀ, ଅକ୍ଟୋବର ୦୧ : 2019ରେ ଦେଶର ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ସାତ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଦୈନିକ ହାରାହାରି 87 ବଳାତ୍କାର ମାମଲା ରୁଜୁ ହୋଇଥିବା ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ପ୍ରକାଶିତ ତଥ୍ୟରେ ଏହି ସୂଚନା ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା 4,05,861 ଜଣ ମହିଳା ମାମଲା ରୁଜୁ କରିଥିବା ଜଣାପଡିଛି  । ତଥ୍ୟ ଅନୁଯାୟୀ, 2018 ବର୍ଷ ତୁଳନାରେ 2019 ମସିହାରେ ମହିଳାଙ୍କ ପ୍ରତି ହୋଇଥିବା ଅପରାଧ ସାତ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।

29 ସେପ୍ଟେମ୍ବରରେ ଏନସିଆରବି ଦ୍ବାରା ପ୍ରକାଶିତ ‘କ୍ରାଇମ୍ ଇନ୍ ଇଣ୍ଡିଆ -2019’ ଶୀର୍ଷକ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଗତ ବର୍ଷ ଦେଶରେ ମହିଳାଙ୍କ ପ୍ରତି ହୋଇଥିବା ଅପରାଧରେ 7.3% ବୃଦ୍ଧି ଘଟିଛି। 2019 ମସିହାରେ, ଏକ ଲକ୍ଷ ଜନସଂଖ୍ୟାରେ ମହିଳାଙ୍କ ପ୍ରତି ଅପରାଧ ହାର 62.4 ପ୍ରତିଶତ ରହିଥିଲା 2018 ରେ ଏହି ହାର 58.8 ପ୍ରତିଶତ ଥିଲା। 2018 ମସିହାରେ ଦେଶରେ 3, 78, 236ଟି ମହିଳାଙ୍କ ବିରୋଧୀ ଅପରାଧିକ ମାମଲା ରୁଜୁ ହୋଇଥିଲା।

ଏନସିଆରବି ଆକଳନରୁ ଜଣାପଡିଛି ଯେ ମହିଳା ତଥା ଶିଶୁଙ୍କ ବିରୋଧରେ ବହୁଳ ଅପରାଧ ଘଟିଛି। 2018 ତୁଳନାରେ 2019 ରେ ପିଲାମାନଙ୍କ ବିରୋଧରେ ଅପରାଧ ମାମଲା 4.5% ବୃଦ୍ଧି ପାଇଛି। 2019 ମସିହାରେ, ପିଲାମାନଙ୍କ ବିରୋଧରେ 1.48 ଲକ୍ଷ ଅପରାଧ ମାମଲା ରୁଜୁ ହୋଇଥିଲା। ଏଥିମଧ୍ୟରୁ 46.6 ପ୍ରତିଶତ ମାମଲା ଅପହରଣ ଏବଂ 35.3 ପ୍ରତିଶତ ମାମଲା ଯୌନ ଉତ୍ପୀଡନ ଅପରାଧ ରହିଛି  ।

By amfnews

Related Post