101 Views
ନୂଆଦିଲ୍ଲୀ, ଅକ୍ଟୋବର ୦୪ : ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ 75,829 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ଜୀବାଣୁ ଯୋଗୁଁ 940 ଜଣଙ୍କର ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି ।
ଦେଶରେ ମୋଟ କରୋନା ସଂକ୍ରମିତ ମାମଲା 65,49,374ରେ ପହଞ୍ଚିଛି । ଏଥିରେ ସକ୍ରିୟ ମାମଲା ସଂଖ୍ୟା 9,37,625 ଥିବାବେଳେ 55,09,967 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହା ବ୍ୟତୀତ ସମୁଦାୟ 1,01,782 ରୋଗୀଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି।
ଅନ୍ୟପକ୍ଷରେ ଅକ୍ଟୋବର 3 ସୁଦ୍ଧା ମୋଟ 7,89,92,534 ନମୁନା ପରୀକ୍ଷା ହୋଇଛି। ସେଥିରୁ 11,42,131 ନମୁନା ଗତକାଲି ପରୀକ୍ଷା କରାଯାଇଥିଲା ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଦ୍ୱାରା ଏହି ସୂଚନା ଦେଇଛି।